fbpx

ମହାପ୍ରଭୁଙ୍କ ‘ସ୍ନାନଯାତ୍ରା’ ସୁରୁଖୁରୁରେ ଚାଲିଛି, ଲାଗିଛି କଡ଼ା କଟକଣା

Advertisement

ପୁରୀ(ଓଡ଼ିଶା ଭାସ୍କର): ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ସୁରୁଖୁରୁରେ ଚାଲିଛି । ପବିତ୍ର ଜ୍ୟୋଷ୍ଠ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି । ସେହିପରି ମହାମାରୀ କରୋନା ପାଇଁ ପୂର୍ବ ପ୍ରସ୍ତୁତି ଅନୁସାରେ ପ୍ରଶାସନ ପକ୍ଷରୁ ନିଆଯାଇଛି ସମସ୍ତ ସତର୍କମୂଳକ ବ୍ୟବସ୍ଥା ଏବଂ ଲାଗିଛି କଡ଼ା କଟକଣା ।

ସମସ୍ତ ରୀତି-ନୀତି ପାରମ୍ପରିକ ଭାବେ ଶାନ୍ତିପୂର୍ଣ୍ଣ ସମାପନ ହୋଇଚାଲିଛି ଏବଂ କୌଣସି ଅପ୍ରୀତିକର ଘଟଣା ଘଟିଥିବା ଖବର ନାହିଁ ବୋଲି କହିଛନ୍ତି ପୁରୀ ଏସପି କନୱର ବିଶାଳ ସିଂହ । ଏଥିପାଇଁ ପୁରୀବାସୀଙ୍କ ସହଯୋଗ ରହିଛି ବୋଲି ସେ ଧନ୍ୟବାଦ ଜ୍ଞାପନ ମଧ୍ୟ କରିଛନ୍ତି । ଆବଶ୍ୟକ ଅନୁସାରେ ପୋଲିସ୍ ବଳ ନିୟୋଜିତ ହୋଇଥିବା ଏବଂ ୧୪୪ ଲାଗୁ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ମହାବାହୁଙ୍କ ପବିତ୍ର ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.