fbpx

ଟ୍ରେନ୍ ଟିକେଟ୍ ବାତିଲ ନକରି ବଦଳାଇ ପାରିବେ ଯାତ୍ରା ତାରିଖ, ଜାଣନ୍ତୁ ରେଳବାଇର ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଇଥାଏ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଏଥିରେ ଯାତ୍ରା କରିଥାନ୍ତି । ହେଲେ କରୋନା ସମୟରେ ରେଳ ଯାତ୍ରାରେ ବାଧାପ୍ରାପ୍ତ ହୋଇଥିଲା ଏବଂ ଅନେକ ଲୋକ ଯାତ୍ରା କରିବାରେ ସମସ୍ୟାର ସାମନା କରିଥିଲେ । ତେବେ ଯାତ୍ରୀ ମାନେ ସେମାନଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ପ୍ରଥମରୁ ହିଁ ରିଜର୍ଭେସନ୍ କରିଥାନ୍ତି । ଅନେକ ସମୟରେ ଏହା ହୋଇଥାଏ ଯେ, ଯାତ୍ରୀ ମାନେ ସେମାନଙ୍କ ରିଜର୍ଭେସନ୍ ବାତିଲ କରିଥାନ୍ତି ।

ରିଜର୍ଭେସନ୍ ଟିକେଟ୍ ବାତିଲ କରିବା ଦ୍ୱାରା ଯାତ୍ରୀ ମାନଙ୍କୁ ଏଥିପାଇଁ ଚାର୍ଜ ଦେବାକୁ ପଡ଼ିଥାଏ । ଅର୍ଥାତ୍ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିଥାଏ । ରେଳବାଇ କ୍ୟାନ୍ସଲେସନ୍ ଫି ଆକାରରେ କିଛି ଟଙ୍କା କାଟିଦିଆଯାଇଥାଏ । ହେଲେ ଆପଣ ମାନେ ବୋଧହୁଏ ଜାଣିନଥିବେ ଯେ, ଏପରି କିଛି ରେଳ ନିୟମ ରହିଛି ଯାହା ଅଧୀନରେ ଆପଣ କ୍ୟାନ୍ସଲ ନକରି ବି ରିଜର୍ଭ ଟିକେଟ୍ ତାରିଖ ବଦଳାଇ ପାରିବେ । ଏହା ସହିତ ଟ୍ରେନ୍ ର କ୍ଲାସ୍ ବି ବଦଳାଇ ପାରିବେ ।

ଆଇଆରସିଟିସି ପକ୍ଷରୁ ଯାତ୍ରୀ ମାନଙ୍କ ପାଇଁ ଯାତ୍ରାକୁ ଆହୁରି ସୁବିଧାଜନକ ଓ ସହଜ କରିବା ପାଇଁ ଅନେକ ପ୍ରୟାସ କରାଯାଉଛି । ସମୟ ସମୟରେ ନିୟମରେ ଅନେକ ପ୍ରକାର ପରିବର୍ତ୍ତନ କରାଯାଇଥାଏ । ସେହି ନିୟମ ମଧ୍ୟରୁ ଏହା ବି ହେଉଛି ଗୋଟିଏ । ଯଦି ଆପଣ କୌଣସି କାରଣରୁ ଯାତ୍ରା କରିବାର ତାରିଖରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ତେବେ ରେଳ ନିୟମ ଅନୁସାରେ, କନଫର୍ମ/ଆରଏସି/ୱେଟିଂ ଲିଷ୍ଟର ଟିକେଟ୍ କୁ ରଦ୍ଦ ନ କରି ତାରିଖ ବଦଳାଇପାରିବେ । ଏପରି ହୋଇପାରିବ । ତେବେ ଏହି ସୁବିଧା କେବଳ ଥରେ ହିଁ ଆପଣେଇପାରିବେ ।

ଏଥିପାଇଁ ଆପଣଙ୍କୁ ଟ୍ରେନ୍ ର ବାସ୍ତବିକ ଡିପାର୍ଚର୍ ଟାଇମ୍ ରୁ ୪୮ ଘଣ୍ଟା ପୂର୍ବରୁ ରିଜର୍ଭେସନ୍ କାଉଣ୍ଟର୍ ରେ ନିଜର ଟିକେଟ୍ କୁ ସରେଣ୍ଡର୍ କରିବାକୁ ପଡ଼ିବ । ସେଠାରେ ହିଁ ଏକ ଆପ୍ଲିକେସନ୍ ଲେଖି ଦେବାକୁ ହେବ । ସେଥିରେ ଆପଣ ତାରିକ ବଦଳାଇବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ କରିବେ । ତାରିଖ ବଦଳାଇବା ସହିତ ଆପଣ କ୍ଲାସ୍ ବି ବଦଳାଇ ପାରିବେ । ତେଣୁ ର୪୮ ଘଣ୍ଟା ପୂର୍ବରୁ ହିଁ ତାରିଖ ଟିକେଟ୍ କାଉଣ୍ଟରରେ ତାରିଖ ବଦଳାଇ ପାରିବେ ।

Get real time updates directly on you device, subscribe now.