fbpx
BJD SKY
BJD SKY

RBI କଲା ବଡ ଘୋଷଣା, UPI ଜରିଆରେ ଘରେ ବସି କରିପାରିବେ କ୍ୟାସ୍ ଡିପୋଜିଟ୍‌

BJD

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବେ ଏକ ବଡ ଘୋଷଣା କରିଛି । ଏବେ ଆପଣ UPI ର ବ୍ୟବହାର କରି ନିଜ ବ୍ୟାଙ୍କ ଆକାଉଣ୍ଟରେ କ୍ୟାସ୍ ବି ଜମା କରିପାରିବେ । ଏହାର ଅର୍ଥ ବିନା ଡେବିଟ୍ କାର୍ଡ ଓ ବ୍ୟାଙ୍କ ନ ଯାଇ ଆପଣ ଘରେ ବସି ଅତି ସହଜରେ ନିଜ ଆକାଉଣ୍ଟରେ ପଇସା ଜମା କରିପାରିବେ ।

ଆର୍‌ବିଆଇ ଆର୍ଥିକ ବର୍ଷ ୨୦୨୫ର ପ୍ରଥମ ମୁଦ୍ରା ନୀତି ବୈଠକରେ ୟୁପିଆଇକୁ ନେଇ ବଡ ଘୋଷଣା କରିଛି । ଯଦି ଆପଣ UPI ର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଲାଗି ଟଙ୍କା ଡିପୋଜିଟ୍ କରିବାକୁ ଆଉ ବ୍ୟାଙ୍କ ଯିବାକୁ ପଡିବ ନାହିଁ । RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଖୁବ୍ ଶୀଘ୍ର ଆପଣ UPI ଜରିଆରେ କ୍ୟାସ୍ ଜମା କରିବାର ସୁବିଧା ପାଇଯିବେ । ସେ କହିଛନ୍ତି ଏହି ସେବା ଦ୍ୱାରା ଲୋକଙ୍କୁ ବହୁତ ଆରାମ ମିଳିବ । ସେମାନଙ୍କୁ ଆଉ କ୍ୟାସ୍ ଜମା କରିବାକୁ ବ୍ୟାଙ୍କ ଦୌଡିବାକୁ ପଡିବନି । ଅନ୍ୟପକ୍ଷରେ ଆପଣଙ୍କ ଘର ଠାରୁ ବ୍ୟାଙ୍କ ଦୂର ହୋଇଥିଲେ ବି ଆପଣଙ୍କୁ କୌଣସି ସମସ୍ୟା ହେବନି । ଏହା ବ୍ୟତିତ PPI କାର୍ଡଧାରକଙ୍କୁ ବି ପେମେଣ୍ଟର ସୁବିଧା ଦିଆଯିବ । ଏମାନଙ୍କୁ ଥାର୍ଡ ପାର୍ଟି ୟୁପିଆଇ ଆପ୍ ଜରିଆରେ ୟୁପିଆଇ ପେମେଣ୍ଟ କରିବାର ସୁବିଧା ମଧ୍ୟ କରାଯାଉଛି ।
ଏହି ସୁବିଧା ପରେ ଆପଣଙ୍କୁ ଆଉ ପାଖରେ ଏଟିଏମ୍ କାର୍ଡ ରଖିବାକୁ ପଡିବ ନାହିଁ । ଏହାଦ୍ୱାରା ATM କାର୍ଡ ପାଖରେ ରଖିବା, ହଜିଯିବା ଓ ପୁଣି ନୂଆ କାର୍ଡ କରିବା ଆଦି ସମସ୍ୟାରୁ ମୁକ୍ତି ମିଳିଯିବ । ଏହ ବ୍ୟତିତ ଆପଣଙ୍କ –କାର୍ଡ ଚୋରୀ ହୋଇଗଲେ ବି ଆପଣଙ୍କୁ ଏହାକୁ ବ୍ଲକ୍ କରିବା ପରେ କ୍ୟାସ୍ ଡିପୋଜିଟ୍ କରିବାରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ।

Get real time updates directly on you device, subscribe now.