fbpx

ଗୁଗୁଲର ଏହି ଫିଚର୍ ରେ ସହଜରେ ଲକ୍ କରିପାରିବେ ଫଟୋ ଓ ଭିଡିଓ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଆଜିକା ସମୟରେ ଗୁଗୁଲ୍ ଆପଣଙ୍କ ପାଇଁ ଖୁବ୍ କାମର ଜିନିଷ ପାଲଟିଛି । ଯଦି ଗୁଗୁଲ ନଥାନ୍ତା ତେବେ ଆପଣ ମାନେ ବୋଧହୁଏ ଦୁନିଆ ବିଷୟରେ ଅନେକ କିଛି କଥା ଜାଣି ପାରିନଥାନ୍ତେ । ଗୁଗୁଲରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିନିଷର ତଥ୍ୟ ଖୁବ୍ ସହଜରେ ମିଳିଯାଏ । ବର୍ତ୍ତମାନ ଗୁଗୁଲ ଆପଣ ମାନଙ୍କୁ ଅନେକ ପ୍ରକାରର ଫିଚର୍ ଦେଉଛି । ଏହା ଅଧୀନରେ ଆପଣ ମାନେ ନିଜର ଦରକାରୀ ଫଟୋ ଓ ଭିଡିଓ ସେଭ କରି ରଖିପାରିବେ ।

ରିପୋର୍ଟ ମୁତାବକ, ଏବେ ଗୁଗୁଲର ଏକ ନୂତନ ଓ ଖାସ୍ ଫିଚର୍ ଆସିବାକୁ ଯାଉଛି ଯାହାର ନାମ ହେଉଛି ଲକ୍ ଫିଚର୍ । ଏଥିରେ ଆପଣ ନିଜର ଆଣ୍ଡ୍ରଏଡ୍ ଫୋନ୍ ରେ ଫଟୋ ଓ ଭିଡିଓ ଲକ୍ କରି ରଖିପାରିବେ । ଯାହାଦ୍ୱାରା ଅନ୍ୟ କେହି ଏହାକୁ ଦେଖିପାରିବେ ନାହିଁ । ୟୁଜର୍ସଙ୍କ ପାଇଁ ଏହା ଖୁବ୍ କାମରେ ଆସିପାରେ ।

ବର୍ତ୍ତମାନ ଏହି ଫିଚର୍ ପିକ୍ସଲ ଫୋନରେ ଗୁଗୁଲ ଫଟୋସ୍ ର ଏହି ଫିଚର୍ ଉପଲବ୍ଧ ରହିଛି । ଖୁବ୍ ଶୀଘ୍ର ଏହା ଆଣ୍ଡ୍ରଏଡ୍ ଫୋନ୍ କୁ ଆସିଯିବ । ଏହାଦ୍ୱାରା ଆପଣ ମାନେ ଫଟୋ ଓ ଭିଡିଓକୁ ପାସ୍ ୱାର୍ଡ ଦେଇ ଲକ୍ କରି ରଖିପାରିବେ । ଖାସ୍ କଥା ହେଉଛି ଯେତେବେଳେ ଆପଣ ଫଟୋକୁ ହାଇଡ୍ କରିବେ ଏହାପରେ ଏହା ଆପ୍ ର ମେନ୍ ଗ୍ରୀଡ୍ ଓ ସର୍ଚ୍ଚରେ ଶୋ କରିବ ନାହିଁ । ଖାଲି ସେତିକି ନୁହେଁ ଲକ୍ କରାଯାଇଥିବା ଏହି ଫଟୋର ସ୍କ୍ରିନସଟ୍ ନିଆଯାଇପାରିବ ନାହିଁ ।

ତେବେ ଏହି ଫିଚର୍ କୁ ପାଇବାକୁ ଆପଣ ମାନଙ୍କୁ ଗୁଗୁଲ ଫଟୋସ୍ ଆପ୍ ରେ ଥିବା ଲାଇବ୍ରେରୀକୁ ଯିବାକୁ ହେବ । ସେଠାରେ ଥିବା ୟୁଟିଲିଟିସ୍ ଅପସନ୍ କୁ ଟ୍ୟାପ୍ କରିବାକୁ ହେବ । ତା ପରେ ଆପଣ ମାନେ ଲକଡ୍ ଫୋଲ୍ଡର୍ ଅପସନ୍ ମିଳିବ । ଥରେ ଲକ୍ ହେବା ପରେ ଏହାକୁ କେହି ବି ଦେଖିପାରିବେ ନାହିଁ ।

Get real time updates directly on you device, subscribe now.