fbpx
BSKY
BJD MC SKY
BJD YOUTH SKY

ବିନା ପ୍ରିମିୟମରେ ଆପଣଙ୍କ ପିଲାଙ୍କୁ ମିଳିବ ସ୍କଲାରପିପ୍ ଆଉ ୭୫ ହଜାର: ଆପ୍ଲାଏ କରି ଦିଅନ୍ତୁ ଏହି ସୁପରହିଟ୍ ଯୋଜନା

ନୂଆଦିଲ୍ଲୀ: ଗ୍ରାମୀଣ ଭୂମିହୀନ ପରିବାରଙ୍କ ପାଇଁ ସରକାର କ୍ରମାଗତ ଭାବେ ବିଭିନ୍ନ ଯୋଜନା ପ୍ରଣୟନ କରିଆସୁଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଆମ ଆଦମୀ ବୀମା ଯୋଜନା (ଏଏବିଜେ)ର ଶୁଭାରମ୍ଭ କରିଛନ୍ତି । ଏହା ଏକ ସାମାଜିକ ସୁରକ୍ଷା ଯୋଜନା, ଯାହାକି ଗ୍ରାମୀଣ ଭୂମିହୀନ ପରିବାରଙ୍କୁ ସହାୟତା ଯୋଗାଇବ । ଯଦି କୌଣସି ଗ୍ରାମୀଣ ଭୂମିହୀନ ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଘଟେ, ତେବେ ଉକ୍ତ ପରିବାରର ଦୁର୍ଦ୍ଦିନ ଆରମ୍ଭ ହୋଇଯାଇଥାଏ । ତେବେ ଏହି ଏଏବିଜେ ଯୋଜନା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ମିଳିପାରିବ ।

ଏଏବିଜେର ଲାଭ ଉଠାଇବା ପାଇଁ ଆବେଦକଙ୍କ ବୟସ ୧୮ରୁ ୫୯ ବର୍ଷ ବୟସ ହୋଇଥିବା ଦରକାର । ଏହି ଯୋଜନାର ବେନିଫିଟ୍ ପରିବାର ମୁଖ୍ୟ କିମ୍ବା ବିପିଏଲ ପରିବାରର ରୋଜଗାର କରୁଥିବା ବ୍ୟକ୍ତି ଉଠାଇ ପାରିବେ । ଏହି ଯୋଜନାରେ ଲାଭାର୍ଥୀଙ୍କୁ ଏକସଙ୍ଗେ ୫ ଲକ୍ଷ ଟଙ୍କା ମିଳିଥାଏ । ଆବେଦକଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଥିଲେ ତାଙ୍କ ପରିବାରକୁ ୩୦ ହଜାର ଦିଆଯାଇଥାଏ । ଦୁର୍ଘଟଣାରେ ମୃତ୍ୟୁ ହେଲେ ୭୫ ହଜାର, ଶାରୀରିକ ବିକଳାଙ୍ଗ ହେଲେ ୭୫ ହଜାର, ମାନସିକ ବିକଳାଙ୍ଗ ହେଲେ ୩୭ ହଜାର ୫୦୦ ଟଙ୍କା ଦିଆଯାଇଥାଏ । ଯୋଜନା ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କର ଦୁଇ ସନ୍ତାନଙ୍କୁ ୯ମରୁ ଦ୍ୱାଦଶ ପର୍ଯ୍ୟନ୍ତ ମାସକୁ ୧୦୦ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ଦିଆଯାଏ । ଏଥିପାଇଁ ବାର୍ଷିକ ପ୍ରିମିୟମ ୨୦୦ ଟଙ୍କା ହୋଇଥିବା ବେଳେ ଏଥିରେ ୫୦ ପ୍ରତିଶତ କେନ୍ଦ୍ର ସରକାର ଓ ୫୦ ପ୍ରତିଶତ ରାଜ୍ୟ ସରକାର ଭରଣା କରିବେ । ମୋଟ ଉପରେ ଏହି ଯୋଜନାର ଲାଭ ବ୍ୟକ୍ତିଙ୍କୁ ମାଗଣାରେ ପ୍ରଦାନ କରାଯାଇଥାଏ । ଏହି ଯୋଜନା ନେବା ପାଇଁ ଆପଣଙ୍କୁ ରାଶନ କାର୍ଡ, ଜନ୍ମ ପ୍ରମାଣପତ୍ର, ସ୍କୁଲ ପ୍ରମାଣପତ୍ର, ଭୋଟ ଆଡି କାର୍ଡ, ଆଧାର କାର୍ଡର ଆବଶ୍ୟକତା ପଡ଼ିଥାଏ ।

Get real time updates directly on you device, subscribe now.