fbpx

ଚୀନର ଉତ୍ତର-ପୂର୍ବ ଭାଗରେ ବିଦ୍ୟୁତ୍ ସଙ୍କଟ, ଫ୍ୟାକ୍ଟ୍ରି-ମଲ୍ ବନ୍ଦ

ନୂଆଦିଲ୍ଲୀ: ଚୀନର ଉତ୍ତର ପୂର୍ବ ଅଞ୍ଚଳରେ ବିଦ୍ୟୁତ୍ ସଙ୍କଟ ଏବେ ବଢ଼ିବାରେ ଲାଗିଛି । ଅବସ୍ଥା ଏପରି ହୋଇଛି ଯେ, ଅନେକ କାରଖାନା, ମଲ୍, ଦୋକାନ ବନ୍ଦ କରିବାକୁ ପଡୁଛି ଓ ସାଧାରଣ ଲୋକଙ୍କ ଘରେ ସମସ୍ୟା ସୃଷ୍ଟି ହେଉଛି । କୋଇଲା ଯୋଗାଣରେ ସମସ୍ୟା କାରଣରୁ ଚୀନର ଉତ୍ତର-ପୂର୍ବ ଅଞ୍ଚଳରେ ଗତକିଛି ଦିନ ହେବ ବିଦ୍ୟୁତ ସଙ୍କଟ ଦେଖାଦେଉଛି ।

ଚୀନରେ ଉତ୍ପାଦନକାରୀଙ୍କ ବଢ଼ୁଥିବା ଡିମାଣ୍ଡ ମଧ୍ୟରେ କୋଇଲା ଯୋଗାଣ ଉପରେ ପ୍ରଭାବ ପଡିଛି । କୋଇଲା ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ବିଦ୍ୟୁତ୍ ସଙ୍କଟ ସାମ୍ନାକୁ ଆସିଛି । ଏହି କାରଣରୁ ଆପଲ୍, ଟେସଲା ଭଳି କମ୍ପାନୀର ଫ୍ୟାକ୍ଟ୍ରି ମଧ୍ୟ ବନ୍ଦ ହେବା ଉପରେ ରହିଛି ।

ଚାଙ୍ଗଚୁନ୍ ଅଞ୍ଚଳରେ ଗତ ସପ୍ତାହରେ ବିଦ୍ୟୁତ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା, ଯାହାଫଳରେ ଘର ଏବଂ ଫ୍ୟାକ୍ଟ୍ରିକୁ ସମାନ ବିଦ୍ୟୁତ ମିଳିପାରିବ । କିନ୍ତୁ ସେଠାରେ ଅଧିକ ସମୟ ବିଦ୍ୟୁତ କଟିବା ସହ ଦୀର୍ଘ ସମୟ ପରେ କରେଣ୍ଟ ଆସୁଛି ବୋଲି ଲୋକମାନେ କହିଛନ୍ତି ।

Get real time updates directly on you device, subscribe now.