fbpx

୧୦୫୩ ନୁହେଁ, ମାତ୍ର ୭୫୦ ଟଙ୍କାରେ ମିଳୁଛି ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଖାସ୍ ଯୋଜନା

ନୂଆଦିଲ୍ଲୀ: ଏବେ ଦେଶରେ ମହଙ୍ଗା ମାଡ଼ ଚାଲିଥିବା ବେଳେ ଜନସାଧାରଣ ଏଲପିଜି ଗ୍ୟାସ୍ ସିଲିଣ୍ଡରର ବୃର୍ଦ୍ଧିତ ମୂଲ୍ୟକୁ ନେଇ ହନ୍ତସନ୍ତ ହେଉଛନ୍ତି । ତେବେ ଆପଣ ଏଥିରୁ ମୁକ୍ତି ପାଇପାରିବେ । ଆପଣ ଶସ୍ତାରେ ଗ୍ୟାସ୍ ସିଲିଣ୍ଡର ପାଇ ପାରିବେ । ଏହି ସୁଯୋଗର ଲାଭ ଉଠାଇବା ପାଇଁ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାର ତେଲ କମ୍ପାନୀଙ୍କ ତରଫରୁ ସାଧାରଣ ଜନତାଙ୍କ ପାଇଁ ଏକ ଖାସ୍ ସୁବିଧା ଆରମ୍ଭ କରିଛନ୍ତି ।

ଇଣ୍ଡେନ ତରଫରୁ ଦିଆଯାଉଥିବା ଏହି ବେନିଫିଟରେ ଆପଣମାନେ ମାତ୍ର ୭୫୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ପାଇପାରିବେ । ବର୍ତ୍ତମାନ ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୧୦୫୩ ଟଙ୍କା ରହିଛି । ମାତ୍ର ସରକାରୀ କମ୍ପାନୀ ଇଣ୍ଡେନ ମାତ୍ର ୭୫୦ ଟଙ୍କାରେ ସିଲିଣ୍ଡର ଦେଉଛି । ଇଣ୍ଡେନ ପକ୍ଷରୁ ଗ୍ରାହକଙ୍କ ପାଇଁ କମ୍ପୋଜିଟ ସିଲିଣ୍ଡର ସୁବିଧା ଆରମ୍ଭ କରାଯାଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି, ଆପଣମାନେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟ୍ରାନ୍ସଫର କରିପାରିବେ । ସାଧାରଣ ଭାବେ କମ୍ପୋଜିଟ୍ ସିଲିଣ୍ଡରର ଓଜନ ସାଧାରଣ ସିଲିଣ୍ଡରଠାରୁ କମ୍ ହୋଇଥାଏ । ଏଥିରେ ଆପଣଙ୍କୁ ୧୦ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡର ମିଳିଥାଏ । ଏହି କାରଣରୁ ଏହାର ମୂଲ୍ୟ କମ୍ ରହିଥାଏ । ଏହି ସିଲିଣ୍ଡର ଦେଶର ୨୮ରୁ ଅଧିକ ରଉପଲବ୍ଧ ହେଉଛି । ଖୁବଶୀଘ୍ର କମ୍ପାନୀ ଏହି ସୁବିଧା ଅନ୍ୟ ସହରମାନଙ୍କରେ ଏହି ସେବା ପହଞ୍ଚାଇବା ନେଇ ପ୍ରସ୍ତୁତି ଚଳାଇଛି ।

Get real time updates directly on you device, subscribe now.