fbpx

ପୁରୁଣା ୫ ଟଙ୍କିଆ ନୋଟ ଥିଲେ ମିଳିପାରିବ ୩୦୦୦ ପର୍ଯ୍ୟନ୍ତ ଟଙ୍କା, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ଯଦି ଆପଣ ପୁରୁଣା ଜିନିଷ, ବିଶେଷକରି ପ୍ରାଚୀନ ମୁଦ୍ରା ସଂଗ୍ରହ କରିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଖରେ ରୋଜଗାର କରିବାର ଏକ ଭଲ ସୁଯୋଗ ଅଛି  ।  ବଜାରରେ ଏପରି ଅନେକ ୱେବସାଇଟ୍ ଅଛି ଯେଉଁଥିରେ ଆପଣ ପୁରୁଣା ନୋଟ୍ କିମ୍ବା ମୁଦ୍ରା ବିକ୍ରୟ କରି ଭଲ ଲାଭ କରିପାରିବେ  । ଯଦି ଆପଣଙ୍କ ପାଖରେ ପୁରୁଣା ୫ ଟଙ୍କିଆ ନୋଟ୍ ଅଛି, ଯାହା ସବୁଜ ରଙ୍ଗର ଏବଂ ଏଥିରେ ଏକ ଟ୍ରାକ୍ଟର ଅଛି  । ତେବେ ଏହିପରି ନୋଟ୍ ବଦଳରେ ଆପଣ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।

କଏନ ଡଟ କମ ୱେବସାଇଟ୍ ଅନୁଯାୟୀ, ଏହି ୫ ଟଙ୍କିଆ ନୋଟ୍ ବିରଳ ବର୍ଗର ଅଟେ  ।  ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଅଧିକ । ଏହା ବ୍ୟତୀତ ପ୍ରାଚୀନ ଜିନିଷକୁ ଭଲପାଉଥିବା ଲୋକମାନେ ଏହାକୁ ମନମୁତାବକ ଟଙ୍କା ଦେଇ କିଣିଥାନ୍ତି । ତେଣୁ, ଆପଣ ଏହି ନୋଟ୍ ବଦଳରେ ଭଲ ଟଙ୍କା ରୋଜଗାର କରିପାରିବେ ।

ଏମିତି ହୋଇଥିବା ଦାରକାର ଏହି ୫ ଟଙ୍କିଆ ନୋଟ:

୫ ଟଙ୍କା ମୂଲ୍ୟର ଏହି ପୁରୁଣା ନୋଟରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିବା ଆବଶ୍ୟକ  । ୱେବସାଇଟରେ ଦିଆଯାଇଥିବା ଷ୍ଟାଣ୍ଡାର୍ଡ ଅନୁଯାୟୀ ଟ୍ରାକ୍ଟରର ଚିତ୍ର ନୋଟରେ ରହିବା ଉଚିତ୍  । ଆହୁରି ମଧ୍ୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ଦିଆଯାଇଥିବା ଏହି ନୋଟ୍ ଉପରେ ୭୮୬ ନମ୍ବର ଲେଖାଥିବା ଦରକାର । ଯେଉଁମାନଙ୍କ ପାଖରେ ଏପରି ନୋଟ୍ ଅଛି ସେମାନେ ଏକ ଅନଲାଇନ ଆକାଉଣ୍ଟ୍ କରି ଏହାକୁ ନିଲାମ କରିପାରିବେ  ।

ଏମିତି ପାଇପାରିବେ ଲାଭ:

୧. ପୁରୁଣା ନୋଟ୍ ବଦଳରେ ଲାଭ ପାଇବା ପାଇଁ, ଆପଣ ଏହାକୁ ମକ୍ଟସଦ୍ଭଭବଚ୍ଛଚ୍ଛବକ୍ସ.ମକ୍ଟଜ୍ଞ ରେ ଅନଲାଇନରେ ବିକ୍ରି କରିପାରିବେ  । ଏଥିପାଇଁ ନିଜକୁ ବିକ୍ରେତା ଭାବରେ ୱେବସାଇଟରେ ପଞ୍ଜିକରଣ କରିବାକୁ ପଡ଼ିବ ।

୨. ଏହାପରେ ନୋଟର ଏକ ଫଟୋ ଅପଲୋଡ କରି ନୋଟର ବିବରଣୀ ଲେଖିବାକୁ ହେବ  । ଏହା କରିବା ଦ୍ୱାରା ଆପଣଙ୍କର ନୋଟର ବିଜ୍ଞାପନ ପ୍ଲାଟଫର୍ମରେ ଦେଖାଯିବ  ।

୩. ଆଗ୍ରହୀ ବ୍ୟକ୍ତିମାନେ ଆପଣଙ୍କର ବିଜ୍ଞାପନ ଦେଖିବା ପରେ ଆପଣଙ୍କ ସହିତ ଯୋଗାଯୋଗ କରିବେ  । ଆପଣ ସେମାନଙ୍କ ସହିତ କଥାବାର୍ତ୍ତା କରିପାରିବେ ଏବଂ ନୋଟ୍ ବିକ୍ରି କରିପାରିବେ ।

କଏନବାଜାର ପ୍ଲାଟଫର୍ମରେ ୧ ଟଙ୍କିଆ ନୋଟ୍ ରୁ ମଧ୍ୟ ଟଙ୍କା ରୋଜଗାର କରିପାରିବେ  । ଏହି ନୋଟ୍ ୧୯୫୭ ମସିହାର ହେବା ଉଚିତ୍  । ଯେଉଁଥିରେ ତତ୍କାଳୀନ ରାଜ୍ୟପାଳ ଏଚଏମ ପଟେଲଙ୍କ ଦସ୍ତଖତ ରହିଥିବ ଏବଂ ଏହି ନୋଟର କ୍ରମିକ ସଂଖ୍ୟା ୧୨୩୪୫୬ ହେବା ଉଚିତ  । ୨୬ ବର୍ଷ ପୂର୍ବେ ଭାରତ ସରକାର ଏକ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାର ମୁଦ୍ରଣ ୧ ଜାନୁଆରୀ ୨୦୧୫ ରେ ପୁନଃ ଆରମ୍ଭ ହୋଇଥିଲା । ତଥାପି, ଅନେକ ଲୋକଙ୍କ ପାଖରେ ପୁରୁଣା ନୋଟ୍ ଅଛି ଯାହାକୁ ସେମାନେ ୱେବସାଇଟରେ ବିକ୍ରି କରିପାରିବେ  ।

Get real time updates directly on you device, subscribe now.