fbpx

ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଗଠିତ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ; ନିଜ ନିଜ ମତ ରଖିଲେ ୧୪ଜଣ କମିଟି ସଦସ୍ୟ, ଖୁବଶୀଘ୍ର ବାହାରି ଫର୍ମୁଲା

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଯୁକ୍ତ୨ ପରୀକ୍ଷା ମୂଲ୍ୟାୟନ ପାଇଁ ଗଠିତ କମିଟିର ୧ମ ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ବପୂର୍ଣ୍‌ଣ ବୈଠକରେ କମିଟିର ସମସ୍ତ ୧୪ ସଦ୍ୟଙ୍କ ନିଜ ନିଜ ମତ ଉପସ୍ଥାପନ କରିଛନ୍ତି। ସମସ୍ତ ସଦସ୍ୟଙ୍କ ମତାମତକୁ ବିଶ୍ଳେଷଣ କରି ଖୁବଶୀଘ୍ର ଏକ ଫର୍ମୁଲା ବାହାରି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ବାତିଲ କରାଯାଇଛି । ତେବେ ଯେଉଁ ପିଲାମାନେ ଯୁକ୍ତ ଦୁଇ ପ୍ରଥମ ବର୍ଷ କ୍ଲାସ୍‌ ପରୀକ୍ଷା ଦେଇନାହାନ୍ତି ବା କରୋନା ଲକଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ସେମାନଙ୍କର ପରୀକ୍ଷା ହୋଇପାରିନାହିଁ, ସେମାନଙ୍କର ଇଣ୍ଟରନାଲ ଆସେସମେଣ୍ଟ କେମିତି ହେବ । ସିବିଏସଇ ଭଳି ସିଏଚ୍‌ଏସ୍‌ଇର ଇଣ୍ଟରନାଲ୍‌ ଆସେସମେଣ୍ଟ୍‌ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀଙ୍କର ଦଶମ ବେଳର ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୁଦ୍ଧିଜୀବୀ ଯୁକ୍ତି ବାଢ଼ୁଛନ୍ତି । ହେଲେ ବିଶେଷଜ୍ଞ କମିଟି ବସିବା ପରେ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ବାହାରିବ । ଆସନ୍ତା ୧୫ ତାରିଖ ସୁଦ୍ଧା ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଶେଷଜ୍ଞ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.