fbpx
BJD
BJD SKY
BJD SKY

ଏବେ ଆମେରିକାରେ H-1Bବି ଭିସା ପାଇଁ ପୁନଃ ଆବେଦନ କରି ପାରିବେ, ଜାଣନ୍ତୁ କିପରି କରିବେ ଆବେଦନ

BJD

ଓ୍ଵାଶିଂଟନ: ଆମେରିକା ପାଇଁ H-1Bବି ଭିସା ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏବେ ପୁଣି ଥରେ ଆବେଦନ କରିବାକୁ ଅନୁମତି ମିଳିବ । H-1Bବି ଭିସା ଭାରତୀୟ ଆଇଟି ପେଶାଦାରଙ୍କ ଗହଣରେ ବହୁତ ଚାହିଦା ରହିଛି । ଏହି ଭିସା ଜରିଆରେ ଆମେରିକାରେ ଭାରତୀୟ କାମ କରିବାକୁ ସୁଯୋଗ ମିଳିଥାଏ । ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଏହି ଭିସା ଦେବା ପାଇଁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି  ।

ଆମେରିକୀୟ ଟେକ କମ୍ପାନୀଗୁଡିକ ଭାରତ ଓ ଚୀନ ପରି ଦେଶଗୁଡିକରୁ ପ୍ରତିବର୍ଷ ହଜାର ସଂଖ୍ୟକ କର୍ମଚାରୀଙ୍କୁ କାମରେ ରଖିବା ପାଇଁ ଏହି ଭିସା ଉପରେ ନିର୍ଭର କରିଥାନ୍ତି । ନିଜ କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରିବା ପାଇଁ କମ୍ପାନୀଗୁଡିକ ସ୍ଥାନୀୟ ପ୍ରଶାସନକୁ କର୍ମଚାରୀଙ୍କ ତଥ୍ୟ ମଧ୍ୟ ଉପଲବ୍ଧ କରାଇଥାନ୍ତି । ପିଟିଆଇ ଅନୁସାରେ H-1Bବି ଭିସା ଆମେରିକା କମ୍ପାନୀଗୁଡିକୁ ବିଶେଷ ପେଶାଦାର ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଅନୁମତି ଦେଇଛି । ତେଣୁ ଏବେ ଭାରତୀୟ ଲୋକେ ଆମେରିକାରେ H-1Bବି ଭିସା ପାଇଁ ଆବେଦନ କରି ପାରିବେ।

କିଏ କରି ପାରିବେ ଆବେଦନ

ୟୁଏସ ସିଟିଜନସିପ୍ ଆଣ୍ଡ ଇମିଗ୍ରେସନ ସର୍ଭିସେସ୍(USCIS) ବୁଧବାର କହିଛି ଯେ, ସେହି ମାନେ H-1Bବି ଭିସା ଆବେଦନ କରି ପାରିବେ ଯେଉଁମାନଙ୍କ ଆବେଦନ ଖାରଜ କରାଯାଇଥିଲା କିମ୍ବା ପ୍ରଶାସନିକ ଭାବେ ୨୦୨୦ ଅକ୍ଟୋବର ୧ରୁ ଆବେଦନ ରଖିବା ବନ୍ଦ ହୋଇଥିଲା । ଯଦି ଆପଣଙ୍କ ଆର୍ଥିକ ବର୍ଷ ୨୦୨୧ର ଆବେଦନ ଖାରଜ କରାଯାଇଥିଲା କିମ୍ବା ଆପଣଙ୍କ ଆବେଦନ ପଞ୍ଜୀକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲା ଏବଂ ଆପଣ ୨୦୨୦ ଅକ୍ଟୋବର ୧ ପରେ ଭିସା ପାଇଁ ଆବେଦନ କରିଥିଲେ, ତେବେ ଆପଣ ପୁଣି ଥରେ ଆବେଦନ ଜମା କରି ପାରିବେ ।

କେମିତି କରିବେ ଆବେଦନ

USCIS କହିଛି, ଏହି ଧରଣର ଆବେଦନ ୨୦୨୧ ଅକ୍ଟୋବର ପୂର୍ବରୁ ପୁଣି ଥରେ ଜମା କରାଯାଇ ପାରିବ। ଯଦି ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରାଯାଇଥିବ ତେବେ ତାହା ବିଚାରଯୋଗ୍ୟ ରହିବ । ଡିଗ୍ରୀଧାରୀ ଯୋଗ୍ୟ ହିତାଧିକାରୀଙ୍କ ସମେତ H-1B କ୍ୟାପ୍-ବିଷୟ ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ପ୍ରଥମେ ଇଲେକ୍ଟ୍ରୋନିକ୍ ପଞ୍ଜିକରଣ କରିବେ ଏବଂ ଭିସା ପାଇଁ ପଞ୍ଜୀକରଣ ଫି ଭାବରେ ୧୦ ଡଲାର୍ ଜମା କରିବେ। USCIS ୨୦୨୦ ରେ H-1B ବି ଭସା ପାଇଁ ଏକ ଇଲେକ୍ଟ୍ରୋନିକ୍ସ ପଞ୍ଜୀକରଣ ପ୍ରକ୍ରିୟା କାର୍ଯ୍ୟକାରୀ କରିଥିଲା।

H-1Bବି ପଞ୍ଜୀକରଣ ଜମା ପାଇଁ ପ୍ରଥମେ ଏହି https://myaccount.uscis.gov/users/sign_up ଲିଙ୍କକୁ ଯାଇ USCIS ଅନଲାଇନ ଖାତା ତିଆରି କରିବାକୁ ପଡିବ । ରେଜିଷ୍ଟ୍ରେସନ୍ ଦାଖଲ କରିବାକୁ ଆଶାୟୀ ଆବେଦନକାରୀମାନେ ‘myUSCIS’ ମଧ୍ୟରେ ‘ରେଜିଷ୍ଟର’ ଆକାଉଣ୍ଟ୍ ବ୍ୟବହାର କରିବା ଜରୁରୀ। ଆବେଦନକୁ ପୁନଃଦାଖଲ କରିବା ସମୟରେ ବ୍ୟକ୍ତିଙ୍କୁ ଆର୍ଥିକ ବର୍ଷ ୨୦୨୧ ଏଚ-୧ବି କ୍ୟାପ୍ ପଞ୍ଜୀକରଣ ଚୟନ ସୂଚନା ସାମିଲ କରିବା ଆବଶ୍ୟକ।

Get real time updates directly on you device, subscribe now.