fbpx

୧୫୦ ଟଙ୍କାରେ ଦେଖିପାରିବେ ଆଦିପୁରୁଷ : କମିଲା ଟିକଟର ଦର

ନୂଆଦିଲ୍ଲୀ : ଜୁନ ୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ । ଦର୍ଶକ ଫିଲ୍ମର ବ୍ୟାନ ପାଇଁ ଦାବି କରୁଛନ୍ତି । ଏଥି ମଧ୍ୟରେ ଫିଲ୍ମକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ଫିଲ୍ମର ପ୍ରତିଷ୍ଠାତା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରି କହିଛନ୍ତି ଫିଲ୍ମର ଟିକଟ price କମାଇ ଦିଆଯାଇଛି ।

ସୂଚନା ଅନୁସାରେ, ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ର ଚାହିଦା ଦିନକୁ ଦିନ କମିବାକୁ ଲାଗିଥିବା ବେଳେ ଫିଲ୍ମର ଟିକଟର ଦର ମଧ୍ୟ ହ୍ରାସ କରାଯାଇଛି । ଏହି ଫିଲ୍ମର ୩ଡି ଭିଜୁଆଲର ଟିକଟ ୧୫୦ ଟଙ୍କାରୁ ଆରମ୍ଭ କରାଯାଇଛି । ସିନେମା ହଲରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଟିକଟର ଦରକୁ ହ୍ରାସ କରାଯାଇଛି । ଅଗଷ୍ଟ ୨୦୨୦ରେ ଏହି ଫିଲ୍ମକୁ ନେଇ Official ଭାବେ ଘୋଷଣା କରାଯାଇଥିଲା । ଫିଲ୍ମଟି ହିନ୍ଦୀ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ ଭାଷାରେ ରିିଲିଜ କରାଯାଇଛି ।

‘ଆଦିପୁରୁଷ’ ଫିଲ୍ମ ବନେଇବା ପାଇଁ ୫୦୦ କୋଟି ଟଙ୍କାର ଖର୍ଚ୍ଚ ହୋଇଥିଲା । ପ୍ରଥମେ ଏହି ଫିଲ୍ମରୁ ଭଲ ଭାବରେ ଆଦାୟ ହୋଇଥିବା ବେଳେ କେତେକ ସ୍ଥାନରେ ଫିଲ୍ମ ବ୍ୟାନ କରିବା ପାଇଁ ଦାବି ହୋଇଥିଲା । ଏହି ବିବାଦ ଯୋଗୁଁ ଫିଲ୍ମର ଆଦାୟ ହାନି ହୋଇଥିଲା । ଏହି ପରିସ୍ଥିତିରେ ମେକର୍ସ ଟିକଟର price ହ୍ରାସ ନିଷ୍ପତି ନେଇଥିଲେ ।

Get real time updates directly on you device, subscribe now.