fbpx

ଟ୍ରେନରେ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି କି ବାଇକ୍? ଜାଣନ୍ତୁ କଣ ରହିଛି ପ୍ରକ୍ରିୟା ଓ କେତେ ଲାଗିବ ଭଡ଼ା…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ଦୁନିଆର ଚତୁର୍ଥ ସର୍ବବୃହତ୍ ରେଳ ନେଟୱର୍କ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ରେ ଯାତ୍ରା କରିଥାନ୍ତି । ହେଲେ କଣ ଆପଣ ଜାଣନ୍ତି କି ଆପଣ ଟ୍ରେନ୍ ଦ୍ୱାରା ନିଜର ବାଇକ୍ କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇପାରିବେ । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ଗୋଟିଏ ଭଲ ଓ ଶସ୍ତା ଅପସନ୍ ହୋଇପାରେ । ରେଲୱେ କୋରିୟର୍ ଜରିଆରେ ଖୁବ୍ ସହଜରେ ଆପଣ ନିଜର ଜିନିଷକୁ ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇପାରିବେ । ତାହେଲେ ଜାଣନ୍ତୁ ଟ୍ରେନରେ ଗୋଟିଏ ସହରରୁ ଅନ୍ୟ ସହରକୁ କିପରି ପଠାଇପାରିବେ ବାଇକ୍ ।

ପ୍ରଥମେ ଆପଣ ଜାଣିଥାନ୍ତୁ ଯେ, ରେଳବାଇରେ ଟ୍ରାନ୍ସପୋର୍ଟ କରିବାର ଦୁଇଟି ଉପାୟ ରହିଛି । ଗୋଟିଏ ହେଲା ଲଗେଜ୍ ରୂପରେ ଓ ଅନ୍ୟଟି ହେଉଛି ପାର୍ସଲ ଆକାରରେ । ଲଗେଜ୍ ର ଅର୍ଥ ହେଲା ଯାତ୍ରା ସମୟରେ ଆପଣ ଯାହା ନିଜ ସହିତ ନେଉଛନ୍ତି । ସେହିପରି ପାର୍ସଲ ହେଲା ଜିନିଷକୁ ଆପଣ ଅନ୍ୟ ସହରକୁ ପଠାଇବେ କିନ୍ତୁ ତା ସହିତ ଯାତ୍ରା କରିପାରିବେ ନାହିଁ ।

ଏହି କ୍ରମରେ ଯଦି ଆପଣ ନିଜର ବାଇକ୍ ପାର୍ସଲ କରୁଛନ୍ତି, ତାହେଲେ ସର୍ବପ୍ରଥମେ ଆପଣ ନିକଟରେ ଥିବା ଷ୍ଟେସନ୍ କୁ ଯିବାକୁ ହେବ । ସେଠାରେ ବାଇକ୍ ପାର୍ସଲ ସମ୍ବନ୍ଧିତ ସମସ୍ତ ତଥ୍ୟ ବିବରଣୀ ଦିଆଯିବ । ସମ୍ୟକ୍ ତଥ୍ର ପାଇବା ପରେ ତା ଅନୁସାରେ, ସମସ୍ତତ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ ରଖିବାକୁ ହେବ । ଡକ୍ୟୁମେଣ୍ଟର ଓରିଜିନାଲ୍ କପି ଓ ଫଟୋକପି ନିଜ ସହିତ ରଖିବାକୁ ହେବ । ଭେରିଫିକେସନ୍ ସମୟରେ ଅରିଜିନାଲ୍ କପିର ଆବଶ୍ୟକତା ପଡ଼ିପାରେ । ଏହାବାଦ୍ ଭେରିଫିକେସନ୍ ସମୟରେ ବାଇକ୍ ର ଟାଙ୍କିକୁ ଯାଞ୍ଚ କରାଯାଇଥାଏ ।

ଜରୁରୀ ତଥ୍ୟ:

୧. ଯେଉଁ ଦିନ ବାଇକ୍ ପଠାଇବାକୁ ଚାହୁଁଛନ୍ତି ତାର ଗୋଟିଏ ଦିନ ପୂର୍ବରୁ ବୁକିଂ କରନ୍ତୁ ।

୨. ବାଇକ୍ ର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଓ ବୀମାର ଦସ୍ତାବିଜ୍ ଆଦି ସାଙ୍ଗରେ ରହିବା ଜରୁରୀା

୩. ଆପଣଙ୍କ ଆଇଡି କାର୍ଡ ଯେପରିକି ଆଧାର, ଡ୍ରାଇଭିଂ ଲାଇସେନ୍ସ ଆଦି ଦରକାର ପଡ଼ିପାରେ ।

୪. ବାଇକ୍ ଭଲ ଭାବେ ପ୍ୟାକ୍ ହେବା ଦରକାର । ଖାସ୍ କରି ହେଡଲାଇଟ୍ କୁ ଭଲ ଭାବରେ କଭର୍ କରନ୍ତୁ ।

୫. ବାଇକ୍ ରେ ପେଟ୍ରୋଲ୍ ନରହିବା ଦରକାର । ଯଦି ପେଟ୍ରୋଲ ଥାଏ ତାହେଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ହେବ ।

କେତେ ଲାଗିବ ଭଡ଼ା?

ରେଳବାଇରେ ସାମଗ୍ରୀ ପଠାଇବା ପାଇଁ ଭଡା ଓଜନ ଏବଂ ଦୂରତା ଅନୁଯାୟୀ ହିସାବ କରାଯାଏ । ବାଇକ୍ ପରିବହନ ପାଇଁ ରେଳ ହେଉଛି ସବୁଠାରୁ ଶସ୍ତା ଏବଂ ଦ୍ରୁତତମ ମାଧ୍ୟମ । ପାର୍ସଲ ତୁଳନାରେ ଲଗେଜ୍ ଚାର୍ଜ ଅଧିକ । ୫୦୦ କିଲୋମିଟର ଦୂରରେ ଏକ ବାଇକ୍ ପଠାଇବା ପାଇଁ ହାରାହାରି ଭଡା ୧୨୦୦ ଟଙ୍କା, ଯଦିଓ ଏହା ସାମାନ୍ୟ ଭିନ୍ନ ହୋଇପାରେ । ଏହା ବ୍ୟତୀତ ବାଇକ୍ ପ୍ୟାକିଂ ପାଇଁ ପ୍ରାୟ ୩୦୦-୫୦୦ ଟଙ୍କା ଖର୍ଚ୍ଚ ହୋଇପାରେ ।

ଯଦିଓ ଗାଡିର ପଞ୍ଜୀକରଣ ଆପଣଙ୍କ ନାମରେ ନାହିଁ, ତଥାପି ଆପଣ ନିଜର ଆଇଡି ଜରିଆରେ ବୁକିଂ କରିପାରିବେ । କିନ୍ତୁ ଗାଡିର ଆରସି ଏବଂ ବୀମା କାଗଜପତ୍ର ଆବଶ୍ୟକ । ବାଇକଟି ସଠିକ୍ ଭାବରେ ପ୍ୟାକ୍ ହେବା ଉଚିତ୍ ଯେପରି କିଛି ଡ୍ୟାମେଜ୍ ହେବ ନାହିଁ । ପାର୍ସଲ ବୁକିଂ ସକାଳ ୧୦ ଟାରୁ ୫ ଟା ପର୍ୟ୍ୟନ୍ତ କରାଯାଇଥାଏ । ଲଗେଜ୍ ବୁକିଂ ଯେକୌଣସି ସମୟରେ କରାଯାଇପାରିବ ।

Get real time updates directly on you device, subscribe now.