fbpx
BSKY
BJD MC SKY
BJD YOUTH SKY

ରାତିରେ ବିନା ପୋଷାକରେ ଶୋଇଲେ ମିଳିଥାଏ ଏହିସବୁ ଫାଇଦା

ଜଣକୁ ସୁସ୍ଥ ରହିବାକୁ ହେଲେ ଦୈନିକ ସମ୍ପୂର୍ଣ୍ଣ ନିଦ୍ରା ନିହାତି ଆବଶ୍ୟକ । ୨୪ ଘଣ୍ଟାରୁ ୮ ଘଣ୍ଟା ଶୋଇବା ଶରୀର ପାଇଁ ଲାଭଦାୟକ । ପ୍ରତ୍ୟେକ ଲୋକ ଅଲଗା ଅଲଗା ଷ୍ଟାଇଲରେ ଶୋଇଥାନ୍ତି । ଆସନ୍ତୁ ଜାଣିବା ରାତିରେ ବିନା ପୋଷାକରେ ଶୋଇବା ଦ୍ୱାରା ଆମ ଶରୀରକୁ କଣ ସବୁ ଲାଭ ମିଳିଥାଏ ।

ଯେଉଁମାନେ ରାତି ସମୟରେ ବିନା ପୋଷାକରେ ଶୋଇଥାନ୍ତି, ସେମାନଙ୍କୁ ଚର୍ମ ସମ୍ପର୍କୀତ ଅନେକ ଲାଭ ମିଳିଥାଏ । ଏପରି ଶୋଇବା ଦ୍ୱାରା ଆମ ଶରୀରର ଚର୍ମ ସୁସ୍ଥ ରହିଥାଏ । ଚର୍ମ ସର୍ବଦା ସତେଜ ରହିବା ଦ୍ୱାରା, ଶରୀରରେ ବୟସର ଛାପ ଜଣାପଡ଼େ ନାହିଁ ।

ଦମ୍ପତ୍ତିମାନଙ୍କ କ୍ଷେତ୍ରରେ ମଧ୍ୟ ବିନା ପୋଷାକରେ ଶୋଇବା ଅନେକ ଫାଇଦା ହୋଇଥାଏ । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ନିଜ ଜୀବନସାଥୀଙ୍କ ସହିତ ବିନା ପୋଷାକରେ ଶୋଇଥାନ୍ତି, ସେମାନେ ବହୁତ ଖୁସିରେ ଜୀବନଯାପନ କରିଥାନ୍ତି ।

ରାତିରେ ବିନା ପୋଷାକରେ ନିଦ୍ରା ଯାଉଥିବା ଲୋକମାନଙ୍କର ଶରୀରର ତାପମାତ୍ରା ଠିକଭାବେ ନିୟନ୍ତ୍ରଣ ହୋଇଥାଏ । ଯାହାଫଳରେ ସେମାନଙ୍କର ଶରୀର ସର୍ବଦା ସତେଜ ରହିଥାଏ ।

ସାଧାରଣତଃ ଆମର ଶରୀରର ପ୍ରାଇଭେଟ ପାର୍ଟର ତାପମାତ୍ରା ଶରୀରର ତାପମାତ୍ରା ଠାରୁ ଅଧିକ ହୋଇଥାଏ । ଯଦି ଆପଣ କପଡ଼ା ପିନ୍ଧି ଶୁଅନ୍ତି, ତେବେ ଏହାର ତାପମାତ୍ରା ଅତ୍ୟଧିକ ହୋଇଯାଇଥାଏ । ଯାହାଫଳରେ ବିଭିନ୍ନ ପ୍ରକାର ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ବିନା କପଡ଼ାରେ ଶୋଇଲେ ସଂକ୍ରମଣର ଭୟ ରହିନଥାଏ ।

ବିଶେଷ କରି ଗରମ ଦିନ ବା ଗ୍ରୀଷ୍ମ ଋତୁରେ ଆମକୁ ବିନା କପଡ଼ାରେ ଶୋଇବା ଉଚିତ । କାରଣ ଏପରି ଶୋଇବା ଦ୍ୱାରା ଆମ ଶରୀର ଶୀଘ୍ର ଥଣ୍ଡା ହୁଏ, ଯାହା ସୁନିଦ୍ରାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.