fbpx
BJD SKY
BJD SKY

ଆପଣ ନିଶ୍ଚିତ ଭାବରେ ଚୋର ଦେଖିଥିବେ, କିନ୍ତୁ ଏମିତି ଚୋରଣୀ କେବେ ଦେଖି ନଥିବେ !

BJD

ନୂଆଦିଲ୍ଲୀ : ଯଦି ଆପଣ ସୋସିଆଲ୍ ମିଡିଆରେ ସକ୍ରିୟ ଅଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ପ୍ରତିଦିନ ନୂତନ ବିଷୟବସ୍ତୁ ଦେଖିବାକୁ ପାଇବେ । ବେଳେବେଳେ ଏପରି କିଛି ଦେଖାଯାଏ ହସ ବନ୍ଦ କରିବା କଷ୍ଟକର ହୋଇଯାଏ । କିନ୍ତୁ ଆଉ ବେଳେବେଳେ ଏପରି ଜିନିଷ ଦେଖାଯାଏ ଯେ ଆମେ ଚକିତ ହୋଇଥାଉ । ଏମିତି ହୋଇପାରିବ ବୋଲି ବିଶ୍ୱାସ କରି ହେବ ନାହିଁ । ବର୍ତ୍ତମାନ ଏଭଳି ଏକ ଆଶ୍ଚର‌୍ୟ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଏକ ସ୍ମାର୍ଟ ଗର୍ଲ ସହିତ ଜଡିତ, ଯିଏ କି ସପିଂ ପାଇଁ ମଲ୍ ରେ ପହଞ୍ଚିଥିଲା, କିନ୍ତୁ ସପିଂ ନ କରି ଏପରି କିଛି କରିଥିଲେ, ଯାହା ନଦେଖିଲେ ବିଶ୍ୱାସ ହେବନି ।

କିଛି ସେକେଣ୍ଡର ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମୁହଁରେ ମାସ୍କ ପିନ୍ଧିଥିବା ସୁନ୍ଦର ଝିଅଟି ସପିଂ ପାଇଁ ମଲରେ ପହଞ୍ଚିଥିଲା । ସେଠାରେ କିଛି ସମୟ ବୁଲିବା ପରେ ସେ ସିଧା ମେକଅପ୍ ସାମଗ୍ରୀ ବିଭାଗରେ ପହଞ୍ଚିଥିଲେ । ଅନେକ ସମୟରେ ସେଠାରେ ରହିବା ପରେ କିଛି ବିଲ ନ କରି ଯିବାକୁ ବାହାରିଥିଲେ । କିନ୍ତୁ ସେଠାରେ ଥିବା ସେଲ୍‌ସ ବଏର ସନ୍ଦେହ ହୋଇଥିଲାଏବଂ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ । ପରେ ଜଣାପଡିଥିଲା ତାଙ୍କ ପୋଷାକରେ ଚୋରି ଜିନିଷ ଲୁଚି ରହିଛି ।

ନିଜ ପୋଷାକ ମଧ୍ୟରୁ ଝିଅଟି ଗୋଟି ଗୋଟି କରି ସମସ୍ତ ଚୋରି ସାମଗ୍ରୀ ବାହାର କରିଥିଲେ । ପ୍ରାୟ ହଜାର ହଜାର ଟଙ୍କାର ଏହି ସାମଗ୍ରୀ ଥିଲା । ଝିଅଟି ନିଜ ଶରୀର ମଧ୍ୟରେ ଚତୁରତାର ସହ ଏତେଗୁଡ଼ିଏ ସାମଗ୍ରୀ ଲୁଚାଇ ରଖିଥିଲେ, ନଦେଖିଲା ଲୋକ ତାହା ବିଶ୍ୱାସ କରିପାରିବନି । ଏହି ଭିଡିଓ ଦେଖଣାହାରୀଙ୍କ ପାଇଁ କୌତୁହଳପୂର୍ଣ୍ଣ ହୋଇଥିଲେ ମଧ୍ୟ ଝିଅଟିର ଆଖିରୁ କିନ୍ତୁ ଲୁହ ଝରିଥିଲା ।

 

View this post on Instagram

 

A post shared by Blind Heart (@loves_xpress)

Get real time updates directly on you device, subscribe now.