fbpx

ପାର୍ଟନରଙ୍କୁ ଦିଲ ଦେଲେ ଅନେକ ଫାଇଦା: ହାର୍ଟ ଆଟାକ, ହାଇ ବ୍ଲଡପ୍ରେସର, କ୍ୟାନସର ଆଶଙ୍କା ହ୍ରାସ ପାଇବ, ଆମେରିକୀୟ ବୈଜ୍ଞାନିକଙ୍କ ରିସର୍ଚ୍ଚ

ନୂଆଦିଲ୍ଲୀ: ଆଜିକାଲିର ମଣିଷ ଅଧିକାଂଶ ସମୟରେ ବ୍ୟକ୍ତିଗତ, ଅଫିସ ଓ ବିଜିନେସ ଆଦି ବିଭିନ୍ନ କାରଣରୁ ବ୍ୟସ୍ତ ରହୁଛି । ଏଥିସହିତ ପରିବର୍ତ୍ତିତ ଲାଇଫଷ୍ଟାଇଲ କାରଣରୁ ମଣିଷ ଆଜି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛି । ତେବେ ଯଦି ଆପଣ ପ୍ରେମ କରୁଛନ୍ତି ବା ବିବାହିତ ତେବେ ଆପଣଙ୍କ କ୍ଷେତ୍ରରେ ହାର୍ଟ ଆଟାକର ଆଶଙ୍କା କମ୍ ରହିବ । ‘ଦିଲ୍ ଲଗାନା’ ଏକ ମେଡିସିନ୍ ଭାବେ କାର୍ଯ୍ୟ କରିଥାଏ । ନିକଟରେ ଏଭଳି ଏକ ବଡ଼ ତଥ୍ୟ ରିସର୍ଚ୍ଚରୁ ଜଣାପଡ଼ିଛି ।

ୟୁନିଭରସିଟି ଅଫ୍ କୋଲୋରାଡୋର ଡା. କ୍ୟାଟରିନା ଲୀମ୍ବାଙ୍କ ଅନୁଯାୟୀ, ବିବାହିତ ଲୋକଙ୍କ ମଧ୍ୟରେ ହାର୍ଟ ଆଟାକର ବିପଦ କମ୍ ରହୁଥିବା ନେଇ ଆମେରିକାର ଜଣେ ବୈଜ୍ଞାନିକ ଖୁଲାସା କରିଛନ୍ତି । ଏଥିସହିତ ଏପରି ଲୋକଙ୍କଠାରେ ବ୍ଲଡପ୍ରେସର, କ୍ୟାସଭର ଭଳି ଭୟଙ୍କର ରୋଗର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ବୋଲି କୁହାଯାଇଛି । ଯେଉଁମାନେ ବିବାହିତ ନୁହନ୍ତି ସେମାନଙ୍କଠାରେ ହାର୍ଟ ଆଟାକ ମୃତ୍ୟୁ ଆଶଙ୍କା ଦୁଇଗୁଣ ସମ୍ଭାବନା ରହିଥାଏ । ଅନ୍ୟପକ୍ଷରେ ବିବାହିତ ଲୋକମାନେ ନିଜ ପାର୍ଟନରଙ୍କ ସହିତ ଖୁସିରେ ସମୟ ବିତାଇ ଏହି ରୋଗ ଉପରେ ବିଜୟ ହାସଲ କରିନେଇଥାନ୍ତି ।

ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ତାଙ୍କର ରିଲେସନଶିପ ଷ୍ଟାଟସ ସ୍ଥିର କରିଥାଏ । ଏହି ବିଷୟରେ ଜାଣିବା ଜରୁରୀ, କାରଣ ଯେଉଁ ଲୋକମାନେ ବୃଦ୍ଧ ହୋଇଯାଆନ୍ତି ବା ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚି ରହୁଛନ୍ତି, ସେମାନଙ୍କର ସପୋର୍ଟ ପାଇଁ ଜଣେ ପାର୍ଟନରଙ୍କ ଆବଶ୍ୟକତା ପଡ଼ିଥାଏ । ଆମକୁ କେବଳ ରୋଗୀର ମେଡିକାଲ ରିସ୍କ ବିଷୟରେ ଭାବିବା ଠିକ୍ ନୁହେଁ, ଏଥିସହିତ ତାଙ୍କ ଜୀବନର ସନ୍ଦର୍ଭ ବିଷୟରେ ମଧ୍ୟ ବିଚାର କରିବାକୁ ପଡ଼ିବ ।

୧୮୯୩ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତ୍ୟେକ ଦଶନ୍ଧିରେ ବ୍ରିଟେନରେ ବିବାହ ସଂଖ୍ୟା ହ୍ରାସ ପାଉଛି । ବିବାହିତ ଦମ୍ପତ୍ତି ଦୀର୍ଘଜୀବୀ ବୋଲି ପୂର୍ବ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଥିଲା । ବିଶେଷ କରି ଏହା ପୁରୁଷଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ । ଆପଣଙ୍କ ସହ ଯେଉଁ ପାର୍ଟନର ରହିଥାନ୍ତି ସେ ଏକୁଟିଆପଣ ଓ ମାନସିକ ସମସ୍ୟାକୁ ହ୍ରାସ କରିବାରେ ସହାୟକ ହୋଇଥାନ୍ତି । ଫଳରେ ହାଇ ବ୍ଲଡ୍ ପ୍ରେସର, ହାର୍ଟ ଆଟାକ ଓ କ୍ୟାନସର ପରି ଭୟଙ୍କର ବିପଦ କମିବାରେ ଲାଗିଥାଏ ।

ଡା. ଲୀମ୍ବା ୬୮୦୦ ଲୋକଙ୍କୁ ନେଇ ଏହି ରିସର୍ଚ୍ଚ କରିଥିଲେ । ସେଥିପାଇଁ ସେ ସେମାନଙ୍କର ସ୍ୱାସ୍ଥ୍ୟ ଓ ବୈବାହିକ ସ୍ଥିତି ବିଷୟରେ ମଧ୍ୟ ଅନୁଧ୍ୟାନ କରିଥିଲେ । ତେବେ ବିବାହିତ ଲୋକଙ୍କ ଅପେକ୍ଷା ଅବିବାହିତଙ୍କ କ୍ଷେତ୍ରରେ ହାର୍ଟ ଆଟାକ ସମସ୍ୟା ଦୁଇଗୁଣ ରହିଥିବା ଜଣାପଡ଼ିଥିଲା । ଜଣେ ମହିଳା ତାଙ୍କର ପତିଙ୍କର ଔଷଧ ଖାଇବାଠାରୁ ଆରମ୍ଭ କରି ଆପଏଣ୍ଟମେଟ ପର୍ଯ୍ୟନ୍ତ ସବୁ କିଛି ଦାୟିତ୍ୱ ନେଇଥାନ୍ତି । ଗୋଟିଏ ପଟେ ବିବାହ ହେବା ପରେ ପୁରୁଷଙ୍କ ହାର୍ଟ ଆଟାକ ସମସ୍ୟା ହ୍ରାସ ପାଉଥିବା ବେଳେ ଅନ୍ୟପଟେ ମହିଳାଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼େ ନାହିଁ । ଆମେରିକାର କଲେଜ ଅଫ୍ କାର୍ଡିଓଲୋଜି କନଫରେନ୍ସରେ ଡା. ଲୀମ୍ବା ଏହି ରିସର୍ଚ୍ଚ ପ୍ରସ୍ତୁତ କରିଥିଲେ ।

Get real time updates directly on you device, subscribe now.