fbpx
BJD SKY
BJD SKY

ଆପଣ Debit Cardରେ ପାଇପାରିବେ ୧୦ ଲକ୍ଷର ବେନିଫିଟ୍, ଅନଲାଇନ୍ ଶପିଂ ପ୍ରଡକ୍ଟ ଚୋରି ହେଲେ ବି ରିଟର୍ଣ୍ଣ ପାଇବେ

BJD

ନୂଆଦିଲ୍ଲୀ: ଆପଣ ବ୍ୟବହାର କରୁଥିବା ଡେବିଟ୍ କାର୍ଡରେ ମାଗଣାର ଇନସ୍ୟୁରାନ୍ସ ମିଳିଥାଏ । ବିଭିନ୍ନ ପ୍ରକାର କାର୍ଡ ଉପରେ ୧୦ ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ଇନସ୍ୟୁରାନ୍ସ ମିଳୁଥିବା କିଛି ଲୋକ ଜାଣି ନଥାନ୍ତି । ଏହି ଇନସ୍ୟୁରାନ୍ସ ମାଷ୍ଟରକାର୍ଡ, ରୂପେ କାର୍ଡ, ଭିଜା କାର୍ଡ କମ୍ପାନୀ ତରଫରୁ ଦିଆଯାଇଥାଏ । ଏହି କମ୍ପାନୀଗୁଡ଼ିକ ବ୍ୟାଙ୍କ ସହିତ ମିଶି ଫ୍ରି ଇନସ୍ୟୁରାନ୍ସ କଭର ଦେଇଥାନ୍ତି । ଯଦି ଜଣଙ୍କର ମୃତ୍ୟୁ କୌଣସି ଦୁର୍ଘଟଣା କାରଣରୁ ହୁଏ ତେବେ ସେ କ୍ଷେତ୍ରରେ ଏହିସବୁ ବେନିଫିଟ୍ ପ୍ରଦାନ କରାଯାଇଥାଏ ।

ଆପଣ କେଉଁ କାର୍ଡ ବ୍ୟବହାର କରୁଛନ୍ତି ତା’ ଉପର ଆକ୍ସିଡେଣ୍ଟାଲ ଇନସ୍ୟୁରାନ୍ସ ନିର୍ଭର କରିଥାଏ । ଅଲଗା ଅଲଗା କାର୍ଡ ଉପରେ ଏହି ରାଶି ଅଲଗା ଅଲଗା ହୋଇଥାଏ । ଏସବିଆଇ ଗୋଲ୍ଡ ପାଇଁ ୨ ଲକ୍ଷ, ପ୍ଲାନିନମ କାର୍ଡ ପାଇଁ ୫ ଲକ୍ଷ, ପ୍ରାଇଡ୍ କାର୍ଡ ପାଇଁ ୨ ଲକ୍ଷ, ପ୍ରିମିୟମ କାର୍ଡ ପାଇଁ ୫ ଲକ୍ଷ, ଭିଜା, ସିଗ୍ନେଚର ଓ ମାଷ୍ଟରକାର୍ଡ ପାଇଁ ୧୦ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ କଭର ଦିଆଯାଇଥାଏ । ତେବେ ସର୍ତ୍ତ ମୁତାବକ, ଯେଉଁ ଦିନ ଆକ୍ସିଡେଣ୍ଟ ଘଟିଥିବ, ସେହିଦିନଠାରୁ ୯୦ ଦିନ ପୂର୍ବରୁ କାର୍ଡ ବ୍ୟବହାର କରାଯାଇଥିବା ଦରକାର । ଯଦି ଏପରି ହୋଇନଥିବ, ତେବେ ଇନସ୍ୟୁରାନ୍ସ ରାଶି ମିଳିବ ନାହିଁ । ଯଦି କାର୍ଡ ହୋଲ୍ଡରଙ୍କ ମୃତ୍ୟୁ ଦୁର୍ଘଟଣାରେ ହୁଏ, ତେବେ ଇନସ୍ୟୁରାନ୍ସ ରାଶି ଦୁଇଗୁଣା ଦିଆଯାଇଥାଏ । ତେବେ ଏଥିପାଇଁ ଏୟାର ଟିକେଟ ବୁକିଂରେ କାର୍ଡକୁ ବ୍ୟବହାର କରାଯାଇଥିବା ନିହାତି ଜରୁରୀ । ଏଥିସହ ଡେବିଟ କାର୍ଡରେ ପର୍ଚେଜ ପ୍ରୋଟେକସନ୍ ଲାଭ ମଧ୍ୟ ମିଳିଥାଏ । ଯଦି ଆପଣ କାର୍ଡରେ ଶପିଂ କରିବାର ୯୦ ଦିନ ମଧ୍ୟରେ ଆପଣଙ୍କ ଗାଡ଼ି ଘରୁ ଚୋରି ହୋଇଯାଏ, ତେବେ ଏହାର ଲାଭ ଆପଣଙ୍କୁ ମିଳିବ । ଏସବିଆଇ ଗୋଲ୍ଡ ପାଇଁ ୫ ହଜାର, ପ୍ଲାଟିନମ୍ ପାଇଁ ପାଇଁ ୫୦ ହଜାର, ଏସବିଆଇ ପ୍ରାଇଡ ପାଇଁ ୫ ହଜାର, ପ୍ରିମିୟମ କାର୍ଡ ପାଇଁ ୫୦ ହଜାର, ଭିଜା ଓ ସିଗ୍ନେଚର ଡେବିଡ କାର୍ଡରେ ୧ ଲକ୍ଷ ଟଙ୍କାର ପର୍ଚେଜ ପ୍ରୋଟେକ୍ସନ ମିଳିଥାଏ ।

Get real time updates directly on you device, subscribe now.