fbpx

ରାଜଧାନୀ ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଧରାପଡିଛି ସୁପାରି କିଲର । ୨ ପିସ୍ତଲ ସହିତ ଗୁଳି ଜତବ ହୋଇଛି । ନୟାପଲ୍ଲୀ ଅଞ୍ଚଳରୁ ସୁପାରୀ କିଲରକୁ କାବୁ କରିଛି କମିଶନରେଟ୍ ପୋଲିସ । ଜଣେ ଖଣି ବ୍ୟୟସାୟୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ । ୨ ଫେରାର ସହଯୋଗୀଙ୍କୁ ଗିରଫ ପାଇଁ ଚଢ଼ାଉ ଜାରି ରହିଛି ।

ତେବେ କାବୁ କରିବାକୁ ଉଦ୍ୟମ ବେଳେ ପୋଲିସକୁ ବନ୍ଧୁକ ଦେଖାଇଥିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜଗତସିଂହପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ବିଭିନ୍ନ ଥାନାରେ ଅଭିଯୁକ୍ତ ନାଁରେ ଅଛି ସଙ୍ଗିନ ଆପରାଧିକ ମାମଲା ରହିଛି ।ଜଗତସିଂହୁପର, କଟକ ଓ କେନ୍ଦ୍ରାପଡ଼ାରେ ଅଭିଯୁକ୍ତ ବିରୋଧରେ ଏକାଧିକ ମାମଲା ଥିବା ଜଣାପଡିଛି ।

Get real time updates directly on you device, subscribe now.