fbpx

ଜୀବନ ଜୀବିକା ଦୋଛକିରେ.. କରୋନା ଯୋଗୁଁ ରୋଜଗାର ହରାଇବାରୁ ଜୀବନ ହାରିଲେ ଯୁବ ବ୍ୟବସାୟୀ, ଜଳଖିଆ ଦୋକାନ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

Advertisement

ବାଲିଅନ୍ତା (ଓଡ଼ିଶା ଭାସ୍କର): କରୋନା ଜୀବିକା ଛଡାଇ ନେଇଥିଲା, ପରିବାର ପ୍ରତିପୋଷଣ ଚିନ୍ତା ଯୁବ ବ୍ୟବସାୟ ଜୀବନ ହାରିଦେଲେ।ଏଭଳି ଅଭାବନୀୟ ଘଟଣା  ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଅଠରଘରିଆ ସାହିର ଜଣେ ଯୁବ ଜଳଖିଆ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ସହଦେବ ସାହୁ (ମିଞ୍ଜା) (୩୮) ।

ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ନିମନ୍ତେ ସରକାରଙ୍କ ତରଫରୁ ରାଜ୍ୟରେ ତାଲାବନ୍ଦ ଘୋଷଣା ପରେ ସହଦେବଙ୍କ ବାଳକାଟୀ ଭାର୍ଗବୀ ବ୍ରିଜ ନିକଟରେ ଥିବା ନିଜର ଜଳଖିଆ ଦୋକାନ ଦୀର୍ଘଦିନ ଧରି ବନ୍ଦ ହୋଇଥିଲା । ଯାହାଦ୍ୱାରା ସେ ରୋଜଗାର ହରାଇଥିଲେ । ପରିବାର ପ୍ରତିପୋଷଣ ପାଇଁ ମାନସିକ ସ୍ତରରେ ଚିନ୍ତା କରୁଥିଲେ । ଗୁରୁବାର ସେ ଶରୀର ଅସୁସ୍ଥ ଥିବା ଅନୁଭବ କରୁଥିଲେ । ଶୁକ୍ରବାର ଭୋର୍‌ ସମୟରେ ସହଦେବ ଜଳଖିଆ ଦୋକାନ ଭିତରେ ଏକ ଲୁହା
ଆଙ୍ଗେଲରେ ବେକରେ ଗାମୁଛା ଲଗାଇ  ଆତ୍ମହତ୍ୟା କରିଥିଲେ । ପରେ ସ୍ଥାନୀୟ ଲୋକେ ଦୋକାନ ଖୋଲାଥିବା ଦେଖି ଦୋକାନ ଭିତରକୁ ଯାଇ ଦେଖିବାକୁ ପାଇଲେ ସହଦେବଙ୍କ ଝୁଲନ୍ତା ଶରୀର । ସଙ୍ଗେ ସଙ୍ଗେ ତାଙ୍କୁ ଲୋକେ ଉଦ୍ଧାର କରି ସ୍ଥାନୀୟ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ସହିତ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ବାଳକାଟୀ ଫାଣ୍ଡି ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ୨୫/ ୨୧ ରୁଜୁ କରି ସହଦେବଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ । ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ
ଦେଖିବାକୁ ମିଳିଥିଲା । ସହଦେବଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପତ୍ନୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.