fbpx

ଛୋଟଛୁଆଙ୍କୁ ଅଲଗା ନା ବାପା-ମା’ଙ୍କ ପାଖରେ ଶୁଆଇବା ଉଚିତ୍? ରିସର୍ଚ୍ଚରେ ହେଲା ଖୁଲାସା

Advertisement

ଛୋଟଛୁଆକୁ ଅଲଗା ଶୁଆଇବା ଠିକ୍ ନା ନିଜ ପାଖରେ ଶୁଆଇବା ଠିକ୍ ବୋଲି ସମସ୍ତ ପିତାମାତାଙ୍କ ମନରେ ପ୍ରଶ୍ନ ଉଠେ । ଆପଣଙ୍କର ଏହି ସମସ୍ୟା ଆଜି ଆମେ ଦୂର କରିବାକୁ ଯାଉଛୁ । ଏହି ଖବରକୁ ପଢ଼ି ଆପଣ ଜାଣିପାରିବେ କି, ଛୋଟଛୁଆଙ୍କୁ କିପରି ଶୁଆଇବା ଉଚିତ୍ ।

ଆମେରିକାର ମାଗାଜିନ୍ ‘ସାଇକୋଲୋଜି ଟୁଡେ’ରେ ପ୍ରକାଶିତ ଏକ ଆର୍ଟିକିଲ ଅନୁସାରେ, ୨ ବର୍ଷରୁ ଅଧିକ ବୟସର ପିଲାମାନେ ପିତାମାତାଙ୍କ ବେଡରେ ଶୋଇବା ଉଚିତ୍ ନୁହେଁ । ଏପରି ନକଲେ ସେମାନଙ୍କ ଶରୀର ସଠିକ୍ ଭାବେ ବିକଶିତ ହୁଏନି ।

ରିସର୍ଚ୍ଚରେ କୁହାଯାଇଛି କି, ଛୁଆ ଜନ୍ମ ହେବାର ବର୍ଷେ ପର୍ଯ୍ୟନ୍ତ ମା’ ତାକୁ ବେଡରେ ଶୁଆଇବା ଉଚିତ୍ । ଏହା ପରେ ରୁମରେ ଆଉ ଏକ ବେଡ୍ ଲଗାଇ ତାକୁ ଅଲଗା ଶୁଆଇବା ଉଚିତ୍ । ଯେବେ ଛୁଆର ବୟସ ୫ ବର୍ଷ ହୋଇଯିବ, ସେବେ ତାକୁ ଏକ ଅଲଗା ରୁମରେ ଶୁଆଇବା ଉଚିତ୍ । ଏହି ରୁମଟି ଆପଣଙ୍କ ନିକଟବର୍ତ୍ତୀ ହେବା ଉଚିତ୍, ଯାହାଫଳରେ ରାତିରେ ଛୁଆ ନଡରି ନିଶ୍ଚିତରେ ଶୋଇପଡିବେ ।

ଡାକ୍ତରମାନେ କହିଛନ୍ତି ଯେ, ବାସ୍ତବରେ ଛୋଟ ପିଲାମାନଙ୍କର ୭୦ ପ୍ରତିଶତ ବିକାଶ ଶୋଇବା ସମୟରେ ହୋଇଥାଏ । ତେଣୁ ପିଲାମାନଙ୍କୁ ରାତିରେ ଖୋଲା ଶୋଇବାର ସୁଯୋଗ ଦିଅନ୍ତୁ । ଯଦି ସେମାନେ ଅଲଗା ବେଡ୍ କିମ୍ବା ରୁମରେ ଶୋଇବେ, ତେବେ ଏହା ହୋଇପାରିବ ।

ମେରୁଦଣ୍ଡର ବିକାଶ:-
ପିଲାମାନଙ୍କର ମେରୁଦଣ୍ଡର ବିକାଶ ପାଇଁ, ବେଡ୍ ଉପରେ ବିସ୍ତାରିତ ହୋଇ ଶୋଇବା ସେମାନଙ୍କ ପାଇଁ ଆବଶ୍ୟକ । ଯଦି ସେମାନେ ନିଜ ପିତାମାତାଙ୍କ ସହିତ ବେଡରେ ଶୋଇବେ, ତେବେ ସେମାନେ ନିଜ ଇଚ୍ଛାନୁସାରେ ପାର୍ଶ୍ୱ ପରିବର୍ତ୍ତନ କରିପାରନ୍ତି ନାହିଁ ଓ ଖୋଲା ଭାବେ ଶୋଇପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ଛୋଟ ପିଲାମାନଙ୍କୁ ଅଲଗା ଶୁଆଇବା ଉଚିତ୍ ।

ମେଡିକାଲ ରିପୋର୍ଟ ଅନୁସାରେ, ପିଲାଙ୍କୁୁ ଆତ୍ମନିର୍ଭର କରିବାକୁ ଅଲଗା ଶୁଆଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି କରିବା ଦ୍ୱାରା ସେମାନେ ନିଜର ଶୋଇବା ଓ ଉଠିବା ସମୟ ବିଷୟରେ ସତ୍ନେ ହୁଅନ୍ତି । ଏହା ସହ ନିଜ ରୁମକୁ ସଫାସୁତୁରା ରଖିବା ବି ସେମାନଙ୍କୁ ଆସିଥାଏ, ଯେଉଁଥିପାଇଁ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିଥାଏ ।

 

Get real time updates directly on you device, subscribe now.