fbpx

ପ୍ରେମର ଭୟଙ୍କର ପରିଣତି! ପ୍ରେମିକାକୁ ଦେଖା କରିବାକୁ ହଷ୍ଟେଲ ଯାଇଥିଲେ ଡାକ୍ତର, କିନ୍ତୁ ଘଟିଲା ଏପରି କାଣ୍ଡ

କୁହାଯାଏ ଯେ, ପ୍ରେମରେ ଥିଲା ଲୋକ କିଛି ବି କରିବାକୁ ପଛାନ୍ତିନାହିଁ। ସେଥିରେ ଜୀବନ ପ୍ରତି ବିପଦ ଥିଲେ ବି ଖାତିର କରନ୍ତି ନାହିଁ ପ୍ରେମୀଯୁଗଳ। ଏଭଳି ଏକ ଭୟଙ୍କର ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ଡାକ୍ତରଙ୍କର ପାଇପରୁ ଖସି ପଡିବା ଯୋଗୁଁ ମୃତ୍ୟୁ ଘଟିଛି । ଖବର ମୁତାବକ, ଜଣେ କମ ବୟସର ଡାକ୍ତର ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ ହଷ୍ଟେଲେ ଯାଇଥିଲେ । ପ୍ରେମିକାଙ୍କ ସହ ଦେଖା କରି ହଷ୍ଟେଲର ପାଇପ ପଟେ ଆସୁଥିବାବେଳେ ଗୋଡ ଖସି ଯାଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଇନ୍ଦୋରର ଇଣ୍ଡେକ୍ସ ମେଡ଼ିକାଲ କଲେଜରେ ଏହି ଘଟଣାଟି ଘଟିଥିବାର ସୂଚନା ରହିଛି । ଜଣେ ଡାକ୍ତର ତାଙ୍କ ପ୍ରେମିକାକୁ ପ୍ରେମିକାକୁ ଦେଖା କରି ହଷ୍ଟେଲରେ ତୃତୀୟ ମହଲାରୁ ପାଇପ ଯୋଗେ ତଳକୁ ଆସୁଥିବାବେଳେ ଖସିଯାଇ ମୃତ୍ୟୁବରଣ କରିଛନ୍ତି।

କୁହାଯାଉଛି ଯେ, ଡାକ୍ତର ଓ ତାଙ୍କ ପ୍ରେମିକା ଏକାଠି ଏମ୍ବିବିଏସ୍ ପଢି ଥିବାବେଳେ ଡାକ୍ତର ଜଣକ ଇଣ୍ଡେକ୍ସ ହସପିଟାଲରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ। ଲକ୍ଡାଉନରୁ ଟିକିଏ କୋହଳ ମିଳିବା ପରେ ସେ ତାଙ୍କ ପ୍ରେମିକାକୁ ସାକ୍ଷାତ କରିବାକୁ ଯାଇଥିଲେ । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.