fbpx

୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଚଢିଗଲେ ଯୁବକ: ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଅଭାବନୀୟ କାଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ବରମୁଣ୍ଡା ଛକରେ ଦେଖିବାକୁ ମିଳିଛି ଅଦ୍ଭୁତ କାଣ୍ଡ । ଜଣେ ଯୁବକ ଅଚାନକ ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇଥିବା ଦେଖାଯାଇଛି । ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖ ଏନଏଚ କଡ଼ ଖୁଣ୍ଟରେ ଏହି ଯୁବକ ଜଣକ ଚଢି ଯାଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଖବର ପାଇ ଘଟଣାସ୍ଥଳରେ ପିସିଆର ଭ୍ୟାନ ସହିତ ପହଞ୍ଚିଛି ପୋଲିସ । ୩୩ କେଭି ବିଦ୍ୟୁତ ଖୁଣ୍ଟରେ ଏପରି ଚଢିବାର ପ୍ରକୃତ କାରଣ ଜଣା ପଡ଼ି ନଥିବା ବେଳେ ପୋଲିସ ତାଙ୍କୁ ଓହ୍ଲାଇ ଯିବା ପାଇଁ ବୁଝାସୁଝା କରୁଛି ।

Get real time updates directly on you device, subscribe now.