fbpx

ପୋଷାକ ନ ପିନ୍ଧି ଶରୀରକୁ ଟାଟୁରେ ଘୋଡାଇଲେ ଯୁବକ

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ନିଜ ଇଛା ପୂରଣ କରିବାକୁ କିଛି ବି କରିବାକୁ ପଛାନ୍ତି ନାହିଁ । ସେହିପରି ଜଣେ ଯୁବକ ହେଉଛି ବର୍ଲିନରେ ରହୁଥିବା ପାର୍ଲ । ଏହି ଯୁବକ ଜଣକ ପୋଷାକ ପିନ୍ଧନ୍ତି ନାହିଁ, କିନ୍ତୁ ତାଙ୍କ ସମ୍ପୂର୍ଣ୍ଣ ଶରୀର ଘୋଡାଇ ହେବା ପରି ମନେହୁଏ । ୩୩ ବର୍ଷୀୟ ପାର୍ଲ ନିଜର ଶରୀରକୁ କଳା ରଙ୍ଗରେ ରଙ୍ଗିତ କରିଛନ୍ତି ଫଳରେ ତାଙ୍କୁ ପୋଷାକ ପିନ୍ଧିବା ଆବଶ୍ୟକ ନାହିଁ ।

ସେ କହିଛନ୍ତି ଯେ, ‘ ଶରୀରକୁ ପୋଷାକରେ ଘୋଡାଇବା ଅପେକ୍ଷା ଟାଟୁରେ ଘୋଡାଇବା ଭଲ । ବାସ୍ତବରେ ପାର୍ଳ ଜଣେ ଟାଟୁ ପ୍ରେମୀ ଓ ତାଙ୍କ ସମ୍ପୁର୍ଣ୍ଣ ଶରୀରେ ଟାଟୁ ହୋଇଛି । ତେବେ ପାର୍ଲ ଗୋଟିଏ ଦୋକାନର ମ୍ୟାନେଜର ରହିଥିବା ସହ ଏକ ପବରେ ଡିଜେ ମଧ୍ୟ ଅଛନ୍ତି । ଗତ ୨ ବର୍ଷ ହେବ ସେ ନିଜ ଶରୀରରେ ଟାଟୁ କରିବାରେ ଲାଗିଥିଲେ ।

Get real time updates directly on you device, subscribe now.