fbpx

ଜାମ୍ମୁକାଶ୍ମୀର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା

ଜାମ୍ମୁକାଶ୍ମୀର, ୧୯ା୯: ଜାମ୍ମୁକାଶ୍ମୀର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି । ୮୭୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । ଜାମ୍ମୁକାଶ୍ମୀର ଏଲଜି ମନୋଜ ସିହ୍ନା ଏହା ଘୋଷଣା କରିଛନ୍ତି । ପ୍ୟାକେଜ ଅନୁସାରେ ବିଜୁଳି ଓ ପାଣି ବିଲରେ ୫୦ ପ୍ରତିଶତ ରିହାତି ମିଳିବ । ଏକ ବର୍ଷ ଯାଏଁ ପାଣି ବିଜୁଳି ବିଲରେ ଏହି ରିହାତି ମିଳିବ । ଅନ୍ୟପଟେ ବ୍ୟବସାୟୀଙ୍କ ଲାଗି ୧୩୫୦ କୋଟିର ପ୍ୟାକେଜ ଘୋଷଣା କରାଯାଇଥିବା ସୂଚନା ମିଳିଛି । ଏହାସହ ମନୋଜ ସିହ୍ନା କହିଛନ୍ତି ଯେ ଏହି ପ୍ୟାକେଜ ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ଆଗକୁ ବଢ଼ାଇବ ।

Get real time updates directly on you device, subscribe now.