fbpx

୨ ପୁଅ ଓ ପତ୍ନୀ ସହ ଫାଶୀରେ ଝୁଲିପଡିଲେ ବ୍ୟବସାୟୀ

ଜୟପୁର,୧୯ ।୯ : ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୪ ସଦସ୍ୟ ସାମୂହିକ ଭାବେ ଆତ୍ମହତ୍ୟା କରିଛନ୍ତି । ମାତା-ପିତାଙ୍କ ସହ ୨ ପୁଅ ଆତ୍ମହତ୍ୟା କରିଛନ୍ତି । ଜୟପୁର ଇତିହାସରେ ଏହିଭଳି ଘଟଣା ପ୍ରଥମଥର ଘଟିଛି । କୁହାଯାଉଛି ଯେ, ପରିବାର ମୁଣ୍ଡରେ ଋଣ ବୋଝ ଥିଲା । ପ୍ରତିଦିନ ଲୋକେ ତାଙ୍କୁ ଋଣ ଟଙ୍କା ମାଗିବାକୁ ଯାଉଥିଲେ । ଫଳରେ ପରିବାର ସଦସ୍ୟ ଚିନ୍ତିତ ହୋଇପଡିଥିଲେ । ମୃତକଙ୍କ ପରିବାରର ଗହଣା ବ୍ୟବସାୟ ଥିଲା । ଗତକାଲି ଅପରାହ୍ନ ସମୟରେ ତାଙ୍କ ଘରକୁ ଜଣେ ମହିଳା ଯାଇଥିଲେ । ମହିଳା ତାଙ୍କୁ ବାକି ଟଙ୍କା ମାଗିଥିଲେ ଓ ତାଙ୍କୁ ନାନା ଅପମାନ କରିଥିଲେ ବୋଲି ଜଣାପଡିଛି ।

ପ୍ରାଥମିକ ଯାଞ୍ଚରେ ଜଣାପଡିଛି ଯେ ପରିବାର ଅଲବରରେ ରହୁଥିଲେ ଏବଂ ଗତ ୫ ବର୍ଷ ହେଲା ଜୟପୁରରେ ଗହଣା ତିଆରି କାମ କରୁଥିଲା । ତେବେ ଟଙ୍କା ଲେଣଦେଣ ଓ ଋଣ ବୋଝ ଯୋଗୁଁ ପରିବାର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତେବେ ମୃତକଙ୍କ ଘରୁ କୌଣସି ସୂଇସାଇଡ ନୋଟ ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ପୋଲିସ ଏସମ୍ପର୍କରେ କିଛି ସୂଚନା ଦେଇନାହିଁ । ଅନେପଟେ ଏହି ମାମଲା ମୁଖ୍ୟତଃ ଆତ୍ମହତ୍ୟା ସହ ଜଡିତ ବୋଲି କୁହାଯାଏ ।

Get real time updates directly on you device, subscribe now.