fbpx

ନ୍ୟୁଡ ଭିଡିଓ କଲ୍ କରି ଫସିଗଲେ ଯୁବକ

ସୋସିଆଲ ମିଡିଆରେ ଅନେକ ଯୁବକ ଯୁବତୀମାନଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିବାର ତ ଆପଣ ଶୁଣୁଥିବେ । କିନ୍ତୁ ଜଣେ ଯୁବତୀ ଯୁବକଙ୍କୁ ବ୍ଲକାମେଲ କରି ଠକିନେଇଥିବା ଘଟଣା ବହୁତ କମ୍ ଶୁଣିଥିବେ । ସେହିପରି ଏକ ଘଟଣା ମୁମ୍ବାଇର ଠାଣେ ଜିଲ୍ଲାରେ ଘଟିଯାଇଛି, ଯେଉଁଠାରେ ଜଣେ ଯୁବତୀ ଯୁବକଙ୍କୁ ବ୍ଲାକମେଲ କରି ୩୭ହଜାର ଟଙ୍କା ଠକି ନେଇଛନ୍ତି ।

ଅଜଣା ଯୁବତୀ ଜଣକ ପ୍ରଥମେ ଉକ୍ତ ଯୁବକଙ୍କୁ ତାଙ୍କ ଜାଲରେ ଫଶାଇଥିଲେ । ପ୍ରଥମେ ଯୁବକଙ୍କ ପାଖକୁ ଏନ ଅଜଣା ନମ୍ବରରୁ କଲ୍ ଆସିଥିଲା । ପରେ ଦୁହିଁଙ୍କ ଭୟମଧ୍ୟରେ କଥାବାତର୍ତ୍ତା ଆରମ୍ଭ ହେଲା ଓ ଏହା ପ୍ରେମରେ ପରିଣତ ହେଲା । ଭିଡିଓ କଲ କରି ଯୁବକଙ୍କୁ ନଗ୍ନ ହେବାକୁ କହିଥିଲେ । ଯୁବକ ଜଣକ ମହିଳାଙ୍କ ଉଦ୍ଦେଶ୍ୟ ଜାଣି ନପାରି ସେ କହିବା ଅନୁସାରେ ଭିଡିଓ କଲ କରି ଦେଇଥିଲେ । ଆଉ ମହିଳା ଏହି ସମୟର ଦୃଶ୍ୟକୁ ଫୋନ୍ରେ ରେକର୍ଡ କରି ନେଇଥିଲେ । ଏହା ପରେ ଯୁବତୀ ଉକ୍ତ ଯୁବକଙ୍କୁ ନଗ୍ନ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ୫୦ଟଙ୍କା ଦାବି କରିଲେ ।

ତେବେ ପୀଡିତଙ୍କର ବୟସ ୨୫ ବର୍ଷ ହୋଇଥିବା ବେଳେ ସେ ଏକ ଘରୋଇ ଫାର୍ମରେ କାମ କରନ୍ତି । କଲ କରୁଥିବା ଯୁବତୀ ନିଜକୁ ସିବିଆଇ ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ । କରୋନା କାଳରେ ଯୁବକ ୩୭ ହଜାର ଟଙ୍କା ପର୍ଯ୍ୟନ୍ତ ଯୁବତୀଙ୍କୁ ଟ୍ରାନ୍ସଫର କରିଥିଲେ । କିନ୍ତୁ ଯୁବତୀ ଜଣକ ଅଧିକ ଟଙ୍କା ଡିମାଣ୍ଡ କରିବାରୁ ଯୁବକଜଣକ ପୋଲିସରେ ଏନେଇ ଅଭିଯୋଗ କରିଥିଲେ । ଏନେଇ ପୋଲିସ ନିଜର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.