fbpx

ଅତ୍ୟନ୍ତ ବୀଭତ୍ସ: ଜମି ପାଇଁ ବଡ ଭାଇକୁ କଟୁରୀରେ ହାଣି ମାରିଲା ସାନ ଭାଇ

ପଟ୍ଟାମୁଣ୍ଡାଇ :ଜମିଜମା କଳହକୁ କେନ୍ଦ୍ର କରି ବଡ ଭାଇକୁ ହାଣିଲା ସାନଭାଇ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମର ୩୭ ବର୍ଷିୟ ଅନୁପମ ବେହେରାକୁ ତାଙ୍କ ସାନ ଭାଇ ସନାତନ ବେହେରା ଏକ ଧାରୁଆ କଟୁରୀରେ ଶରୀର ର ବିଭିନ୍ନ ସ୍ଥାନରେ ବାରମ୍ବାର ଆଘାତ କରିଥିଲା। ଆଜି ସକାଳ ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଖବରପାଇ ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅନୁପମକୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ଅନୁପମକୁ ମୃତ ଘୋଷଣା କରିଥିଲେ।

ସୂଚନା ମୁତାବକ ଉଭୟ ଭାଇଙ୍କ ଦୀର୍ଘ ଦିନ ଧରି ଜମିଜମା ବିବାଦକୁ କେନ୍ଦ୍ରକରି ତିକ୍ତତା ଲାଗିରହିଥିଲା ଆଜି ସକାଳେ ପାଣି ପାଇପ ପକାଇବାକୁ ନେଇ ବଚସା ହୋଇଥିଲା. ଏଥିରେ ଉତ୍ୟକ୍ତ ହୋଇ ସାନଭାଇ ସନାତନ ବଡ ଭାଇ କୁ ଏକ ଧାରୁଆ କଟୁରୀ ସାହାଯ୍ୟରେ ଆକ୍ରମଣ କରିଥିଲ। ଖବରପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ସନାତନ ଫେରାର ଅଛି।

 

Get real time updates directly on you device, subscribe now.