fbpx

YouTube Musicରେ ଆଉ ଦେଖିପାରିବେ ନାହିଁ ମାଗଣା ଭିଡିଓ, ଜାରି ହେଲା ନୂଆ ଅପଡେଟ୍

ନୂଆଦିଲ୍ଲୀ: ୟୁଟ୍ୟୁବ ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ୟୁଟ୍ୟୁବ ମ୍ୟୁଜିକରେ ୟୁଜର୍ସ ଏଣିକି କେବଳ ଅଡିଓ ଶୁଣିପାରିବେ, ଭିଡିଓ ଦେଖିପାରିବେ ନାହିଁ । ଏହି ପରିବର୍ତ୍ତନ କେବଳ ୟୁଟ୍ୟୁବ ମ୍ୟୁଜିକରେ କରାଯାଇଛି । ଏହି ଅପଡେଟ୍ ଗତ ୩ ତାରିଖରେ କାନାଡ଼ାରେ କରାଯାଇଥିବା ବେଳେ ଭାରତ ସହ ଅନ୍ୟ ଦେଶମାନଙ୍କରେ କେବେ ତାହା ଲାଗୁ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ତେବେ ଯେଉଁ ୟୁଜର୍ସ ୟୁଟ୍ୟୁବ ପ୍ରିମିୟମ ସବସ୍କ୍ରାଇବ କରିନାହାନ୍ତି, ସେମାନେ ଅନ-ଡିମାଣ୍ଡ ମ୍ୟୁଜିକ୍ ଶୁଣି ପାରିବେ ନାହିଁ କି ଅସୀମିତ ସ୍କିପ୍ କରିପାରିବେ ନାହିଁ । ତେବେ ଏଥିରେ ପୂର୍ବ ପରି ବିଜ୍ଞାପନ ଚାଲିବ ବୋଲି କୁହାଯାଇଛି ।

ଗୁଗଲ ପକ୍ଷରୁ କୁହାଯାଇଛି ଯେ, ଫ୍ରି ୟୁଜର୍ସମାନେ ୟୁଟ୍ୟୁବ ଆପର ବ୍ୟବହାର କରି ବ୍ୟାକଗ୍ରାଉଣ୍ଡରେ ସଂଗୀତର ମଜା ନେଇପାରିବେ । ସେମାନେ ୟୁଟ୍ୟୁବରେ ଉପଲବ୍ଧ ସମସ୍ତ ଗୀତ ଓ ପ୍ଲେଲିଷ୍ଟକୁ ଶୁଣି ପାରିବେ । ସେହିପରି ଯେଉଁ ୟୁଜର୍ସ ପ୍ରିମିୟମ ସବସ୍କ୍ରିପ୍ସନ ନେଇଥିବେ, ସେମାନେ ଫ୍ରିରେ ଆପକୁ ବ୍ୟବହାର କରି ଅଧିକ ବେନିଫିଟ୍ ନେଇପାରିବେ । ଏଥିରେ ସେମାନେ ଅସୀମିତ ଅନ-ଡିମାଣ୍ଡ ଗୀତର ମଜା ନେଇପାରିବେ । ଏଥିସହ ବିନା ବିଜ୍ଞାପନରେ ୟୁଟ୍ୟୁବ ମ୍ୟୁଜିକ ଦେଖିବା ସହ ମନ ମୁତାବକ ସ୍କିପ କରିପାରିବେ ।

Get real time updates directly on you device, subscribe now.