fbpx
BSKY SKY
BSKY SKY

ଥାନା ପରିସରରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୪ ଆହତ

BSKY

ନରସିଂହପୁର(ଓଡ଼ିଶା ଭାସ୍କର): ନରସିଂହପୁର ଥାନା ପରିସର ପାଲଟିଛି ରଣକ୍ଷେତ୍ର । ପୋଲିସ-ଜନତାଙ୍କ ମଧ୍ୟରେ ପିଟାପିଟି ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ପୋଲିସ କର୍ମଚାରୀ ଥିବା ବେଳେ ଆଉ ଜଣେ ସାଧାରଣ ବ୍ୟକ୍ତି ଆହତ ହୋଇଛନ୍ତି । ଧାରଣାକୁ ନେଇ ଉତ୍ତେଜନା ପରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା । ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ଧାରଣା ଚାଲିଥିଲା । ବିଜେପି ପକ୍ଷରୁ ଉତ୍ତେଜନା ଚାଲିଥିବା ବେଳେ ଉତ୍ତେଜନା ବଢ଼ିଥିଲା । ଥାନା ଗେଟରେ ତାଲା ପକାଇ ନାରାବାଜି ବେଳେ ଉତ୍ତେଜନା ବଢ଼ିଥିଲା ।

ତେବେ ଉତ୍ତେଜନାରୁ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ଲୋକମାନେ ଢେଲାମାଡ଼ କରିଥିଲେ । ପୋଲିସର ଲାଠି ଓ ଲୋକଙ୍କର ଢେଲାମାଡ଼ରେ ଉଭୟ ପକ୍ଷର ୪ ଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.