fbpx

ଆପେଆପେ ଜଳିବ, ଆପେଆପେ ଲିଭିବ: କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ, ବିଜୁଳି ବିଲ୍ ଆସିବ ଶୂନ, ବ୍ୟବହାର କରନ୍ତୁ ଖାସ୍ ଲାଇଟ

ନୂଆଦିଲ୍ଲୀ: ଆଜିର ସମୟରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ସାଙ୍ଗକୁ ବିଜୁଳି ବିଲ୍ ବୃଦ୍ଧି ଏକ ବଡ଼ ସମସ୍ୟା । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ଦିନରାତି ଚିନ୍ତିତ ରହିଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣଙ୍କ ପାଇଁ ଏକ ଖାସ୍ ତରିକା ଆସିଯାଇଛି । ଆପଣ ଗୋଟିଏ ଡିଭାଇସକୁ ବ୍ୟବହାର କଲେ ଆପଣଙ୍କ ବିଜୁଳି ବିଲ୍ ଜିରୋ ଆସିବ । ସବୁଠାରୁ ବଡ଼ କଥା ହେଉଛି ଏହି ଡିଭାଇସକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଉଛନ୍ତି ।

ଏଠାରେ କହିବା କଥା ହେଲା, କେନ୍ଦ୍ର ସରକାର ସୋଲାର ଏନର୍ଜିକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ତେଣୁ ସୋଲାର ଏନର୍ଜି ଦ୍ୱାରା ପରିଚାଳିତ ସାମଗ୍ରୀ ଉପରେ ମଧ୍ୟ ଅଧିକ ସବସିଡି ପ୍ରଦାନ କରାଯାଉଛି । ତେବେ ନିକଟରେ ବଜାରକୁ ଏପରି ଏକ ସୋଲାର ଲାଇଟ୍ ଆସିଛି, ଯାହାକୁ ବ୍ୟବହାର କଲେ ଜନସାଧାରଣ ବିଜୁଳି ବିଲରୁ ମୁକ୍ତି ପାଇ ପାରିବେ । ଏହି ସୋଲାର ଲାଇଟକୁ କିଣିବାକୁ ଆପଣଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିବ ନାହିଁ ।

ଆପଣ ଏହି ଲାଇଟକୁ ନିଜର ଘରର ଛାତ, ବଗିଚା, ବାଲକୋନି ସମେତ ବିଭିନ୍ନ ସ୍ଥାନରେ ଲଗାଇ ପାରିବେ । ଏହି ସୋଲାର ଲାଇଟର ନାମ ହେଉଛି ‘Hardoll LED Waterproof Fence Solar Light Lamp’ । ଏହି ଲାଇଟର ମୂଲ୍ୟ ଆମାଜନ ପ୍ଲାଟଫର୍ମରେ ମାତ୍ର ୪୪୩ ଟଙ୍କା ରହିଛି । ଏହି ଲାଇଟର ଖାସିୟତ ହେଉଛି, ଅନ୍ଧାର ହେବା ପରେ ଏହା ଆପେଆପେ ଜଳିବ ଓ ସୂର୍ଯ୍ୟ ରଶ୍ମୀ ପାଇବା ପରେ ଆପେଆପେ ବନ୍ଦ ହୋଇଯିବ । ଏହା ୱାଟରପ୍ରୁଫ ହୋଇଥିବା ବେଳେ ପ୍ଲାଷ୍ଟିକରେ ତିଆରି ହୋଇଛି । ୬ ଘଣ୍ଟା ଚାର୍ଜ ହେବା ପରେ ଏହା ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ଚାଲି ପାରିବ । ଏଥିସହିତ ଯଦି ଆପଣ ଘରେ ଏକ ବଡ଼ ସୋଲାର ପ୍ୟାନେଲ ଲଗାନ୍ତି, ତେବେ ଏସି, ଫ୍ରିଜ, କୁଲର, ଟିଭି, ମିଟର, ପଙ୍ଖା ଅଦି ସମସ୍ତ ସାମଗ୍ରୀ ବିନା ଲାଇଟରେ ଜଳାଇ ପାରିବେ । ଏପରି କରିବା ଫଳରେ ଆପଣଙ୍କର ଟଙ୍କାଟିଏ ବି ବିଜୁଳି ବିଲ୍ ଖର୍ଚ୍ଚ ହେବ ନାହିଁ । ନିଜ ଘରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ସରକାରଙ୍କ ଅଫିସିଆଲ ୱେବସାଇଟ୍ www.solarrooftop.gov.inକୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

Get real time updates directly on you device, subscribe now.