fbpx

ଟେନିସରୁ ଅବସର ନେଲେ ସାନିଆ: ବିଦାୟୀ ମ୍ୟାଚରେ ରୋକିପାରିଲେନି ଆଖିର ଲୁହ

ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆଜି ଗ୍ରାଣ୍ଡସ୍ଲାମ ଟେନିସରୁ ଅବସର ନେଇଛନ୍ତି । ତେବେ ବିଦାୟୀ ମ୍ୟାଚରେ ସାନିଆଙ୍କ ଆଖିରୁ ଝରି ପଡ଼ିଥିଲା କେଇ ଟୋପା ଲୁହ, ଯାହାକୁ ସେ ରୋକି ପାରିନଥିଲେ । ଆଜି ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ ଫାଇନାଲ ମ୍ୟାଚ ଭାରତୀୟ ଯୋଡ଼ି ସାନିଆ-ରୋହନ ବୋପାନ୍ନା ଓ ବ୍ରାଜିଲିଆନ ଯୋଡ଼ି ରାଫେଲ ମାଟୋସ-ଲୁଝାସା ଷ୍ଟେଫାନିଙ୍କ ମଧ୍ୟରେ ହୋଇଥିଲେ । ତେବେ ଏହି ମ୍ୟାଚରେ ଭାରତୀୟ ଯୋଡ଼ି ୬-୭, ୨-୬ ସେଟରେ ପରାସ୍ତ ହୋଇଥିଲେ ।

ସୂଚନା ଯୋଗ୍ୟ ଯେ, ସାନିଆ ତାଙ୍କର ସନ୍ନ୍ୟାସ ନେଇ ପୂର୍ବରୁ ଘୋଷଣା କରିସାରିଥିଲେ । ଆସନ୍ତା ମାସ ୧୯ ତାରିଖରେ ଦୁବାଇଠାରେ ହେବାକୁ ଥିବା ଡବ୍ଲ୍ୟୁଟିଏ ୧୦୦୦ ଇଭେଣ୍ଟ ତାଙ୍କ କ୍ୟାରିୟରର ଅନ୍ତିମ ଟୁର୍ଣ୍ଣାମେଣ୍ଟ ହେବ । ଏହାପରେ ସେ ଟେନିସକୁ ଅଲବିଦା କହିବେ । ତେବେ ଆଜିର ମ୍ୟାଚ ପରେ ସେ ତାଙ୍କର ପାର୍ଟନର ବୋପାନ୍ନାଙ୍କୁ ବହୁତ ପ୍ରଶଂସା କରିଥିଲେ ।

ଗତ ୨୦୦୩ରେ ସାନିଆ ପେଶାଦାର ଟେନିସ ଜୀବନ ଆରମ୍ଭ କରିଥିଲେ । ୨୦୧୫ରେ ସେ ନମ୍ବରୱାନ ଡବଲ୍ସ ଟେନିସ ଖେଳାଳି ହୋଇଥିଲେ । ୯୧ ସପ୍ତାହ ଧରି ସେ ଡବଲ୍ସରେ ୧ ନମ୍ବର ସ୍ଥାନ ହାତେଇ ରଖିଥିଲେ । ସେ କ୍ୟାରିୟର ମଧ୍ୟରେ ମୋଟ ୬ଟି ଗ୍ରାଣ୍ଡସ୍ଲାମ୍ ଟାଇଟ୍ ଜିତିଛନ୍ତି । ୨୦୦୩ରୁ ୨୦୧୩ ପର୍ଯ୍ୟନ୍ତ ସିଙ୍ଗଲ୍ସରେ ସେ ଭାରତର ନମ୍ବର ୱାନ ଟେନିସ ତାରକା ରହିଥିଲେ । ସେ ମାତ୍ର ୧୬ ବର୍ଷ ବୟସରେ ୨୦୦୨ରେ ସିନିୟର ସ୍ତରରେ ଜାତୀୟ ଚାମ୍ପିୟନ ହୋଇଥିଲେ । ସେ ଗତ ୨୦୧୬ ରିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପହଞ୍ଚିଥିଲେ ।

Get real time updates directly on you device, subscribe now.