fbpx

ମଦ୍ୟପାନ ଓ ଇଣ୍ଟରନେଟ୍ ମଣିଷର ଦୁଇଟି ବଡ଼ ଶତ୍ରୁ, ଏହି କୁଅଭ୍ୟାସ ପାଇଁ ଦାୟୀ କିଏ? ରିସର୍ଚ୍ଚରୁ ମିଳିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଖାଦ୍ୟପେୟ, ଲାଇଫଷ୍ଟାଇଲ ବଦଳିବାରେ ଲାଗିଛି । ମଣିଷ ବିଜ୍ଞାନ କ୍ଷେତ୍ରରେ ଯେତିକି ଆଗକୁ ଯାଉଛି, ସ୍ୱାସ୍ଥ୍ୟ ଓ ରୋଗ ସମସ୍ୟା କ୍ଷେତ୍ରରେ ସେତିକି ପଛକୁ ଯାଉଛି । ତେବେ ଆଜିର ସମୟରେ ମଦ୍ୟପାନ ଓ ଇଣ୍ଟରନେଟ କୁଅଭ୍ୟାସ ମଣିଷର ଦୁଇଟି ବଡ଼ ଶତ୍ରୁ । ଏହିସବୁ ଖରାପ ଅଭ୍ୟାସ ପାଇଁ ପ୍ରକୃତରେ କିଏ ଦାୟୀ । ଏ ବାବଦରେ ଏକ ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି ।

ବାସ୍ତବ ଜୀବନରେ ଯଦି ଜଣେ ବ୍ୟକ୍ତିଙ୍କୁ ମଦ ନିଶା ଥରେ ଲାଗିଯାଏ, ତେବେ ତାହାକୁ ଛଡ଼ାଇବା ମୁସ୍କିଲ ହୋଇଯାଇଥାଏ । ତେବେ ଏନେଇ ଆପଣଙ୍କ ମନରେ ଅନେକ ସମୟରେ ଏହି ପ୍ରଶ୍ନ ଉଠୁଥିବ ଯେ, ଏହି ନିଶା କାହିଁକି ହୋଇଥାଏ । ତେବେ ନିକଟରେ ୟୁରୋପରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ରିସର୍ଚ୍ଚରେ ମଦ୍ୟପାନ ଓ ଇଣ୍ଟରନେଟର ଆଡିକ୍ସନ ପାଇଁ ମଣିଷର ଜୀନ ଦାୟୀ ବୋଲି କୁହାଯାଇଛି । ତେବେ ବୈଜ୍ଞାନିକମାନେ ଏବେ ଉକ୍ତ ଜୀନକୁ ଖୋଜିବା ନେଇ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।

ଏକ ମେଡିସିନ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଦୃଢ଼ତାର ସହିତ କହିଛନ୍ତି ଯେ, ପ୍ରତ୍ୟେକ ଅଭ୍ୟାସର ସମ୍ବନ୍ଧ ଅନୁବଂଶିକ ହୋଇଥାଏ । ଜୀନ ମାଧ୍ୟମରେ ହିଁ ପୂର୍ବଜଙ୍କଠାରୁ ଏହି ଅଭ୍ୟାସ ସବୁ ଆସିଥାଏ । ସମୟ ସହିତ ଜୀନଗୁଡ଼ିକ ପରିବର୍ତ୍ତନ ହୋଇଥାନ୍ତି । ଫଳରେ ଏହି ସବୁ କାରଣରୁ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଘଟିଥାଏ । ଏହି ରିସର୍ଚ୍ଚରେ ୩୦୦୩ ଯୁବକଙ୍କ ଡିଏନଏ ନମୂନା ନିଆଯାଇଥିଲା । ସେମାନଙ୍କୁ ମଦ, ଡ୍ରଗ, ଗୁଟଖା, ଅନଲାଇନ ଗେମିଂ, ଜୁଆ, ଇଣ୍ଟରନେଟ ପ୍ରୟୋଗ କରିବାର ତରିକା, ସମୟ ଆଦି ବିଷୟରେ ବିସ୍ତାର ଭାବେ ତଥ୍ୟ ପ୍ରଦାନ କରିବା ପାଇଁ ଏକ ପ୍ରଶ୍ନପତ୍ର ଦିଆଯାଇଥିଲା । ତେବେ ଏପରି ବିଭିନ୍ନ ପ୍ରକାରର ନିଶାର ସମ୍ବନ୍ଧ ୩୨ ପ୍ରକାରର ଜୀନ ସହିତ ରହିଥିବା ରିସର୍ଚ୍ଚରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.