fbpx

ପୁଣି ନବୀନ ନମ୍ବର-୧: ମୁଡ୍ ଅଫ୍ ନେସନ ସର୍ଭେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଶର ପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଜାତୀୟ ସ୍ତରରେ ଚମକିଛନ୍ତି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଡ୍ ଅଫ୍ ନେସନ ସର୍ଭେରେ ନବୀନ ଏକ ନମ୍ବର ଆସନ ଅଳଙ୍କୃତ କରିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ ଭୋଟିଂରେ ସର୍ବାଧିକ ଭୋଟ ପାଇଛନ୍ତି ନବୀନ । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ଦେଇଛନ୍ତି ଓଡ଼ିଶାର ଏହି ମହାନାୟକ ।

ଏହି ପୋଲରେ ନବୀନ ୭୩.୨ ପ୍ରତିଶତ ଭୋଟ ପାଇଁ ସର୍ବାଗ୍ରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬୯.୨ ପ୍ରତିଶତ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ୬୮.୩ ପ୍ରତିଶତ ରେଟିଂ ମିଳିଛି । ତେବେ ଏହି ଲିଷ୍ଟରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ସ୍ଥାନ ପାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ ନବୀନ ଇଣ୍ଡିଆ ଟୁଡର ମୁଡ୍ ଅଫ୍ ନେସନ ପୋଲରେ ୭୮ ପ୍ରତିଶତ ଭୋଟ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଦୀର୍ଘ ୨୩ ବର୍ଷ ଧରି କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ଓଡ଼ିଶାର ସେବା କରି ଆସୁଛନ୍ତି ନବୀନ । ଏବେ ବି ଓଡ଼ିଶାବାସୀଙ୍କର ନବୀନଙ୍କ ପ୍ରତି ଅତୁଟ ଭରସା ଓ ଭଲପାଇବା ରହିଛି । ସର୍ବଦା କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ନବୀନ ନିଜକୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବାରମ୍ବାର ପ୍ରମାଣିତ କରିଛନ୍ତି । ଆଗକୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଏପରି ଓଡ଼ିଶାବାସୀଙ୍କୁ ସେବା କରୁଥାଆନ୍ତୁ, ଏତିକି ଈଶ୍ୱରଙ୍କ ନିକଟରେ କାମନା ।

Get real time updates directly on you device, subscribe now.