fbpx

ବୀମା ଉପରେ ସରକାରଙ୍କ ବଡ ଉପହାର, ଜାଣନ୍ତୁ କ’ଣ ଲାଭ ପାଇବେ ଆପଣ?

ନୂଆଦିଲ୍ଲୀ,୨ ।୪: ସାରା ଦେଶ କରୋନା ଭାଇରସ୍ ଯୋଗୁଁ ଲକ୍-ଡାଉନ୍ ହୋଇଛି । ଏହାରି ମଧ୍ୟରେ ବୀମା ପ୍ରିମିୟମ ପୂରଣ ନକଲେ ସେବା ବନ୍ଦ ହୋଇଯିବ ଭାବି ଯଦି ଆପଣ ଚିନ୍ତିତ ଅଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଲକ୍-ଡାଉନ୍ ସମୟରେ ପ୍ରିମିୟମ ନ ଭରିଲେ ବି ଆପଣଙ୍କ ବୀମା ବନ୍ଦ ହେବ ନାହିଁ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆପଣଙ୍କୁ ଏକ ବଡ ଆରାମ ଦେବାକୁ ନିଷ୍ପତ୍ତି ନେଇଛି ।

ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, ଯେଉଁମାନେ ଲକ୍-ଡାଉନ୍ ସମୟରେ ମୋଟର ଯାନ ତୃତୀୟ ବୀମା କିମ୍ବା ସ୍ୱାସ୍ଥ୍ୟ ବୀମା ପଲିସି ନବୀକରଣ ନକରିପାରନ୍ତି, ତେବେ ସେମାନେ ଏପ୍ରିଲ ୨୧ ସୁଦ୍ଧା ପ୍ରିମିୟମ ନବୀକରଣ କରିପାରିବେ । ଅର୍ଥାତ୍ ମାର୍ଚ୍ଚ ୨୫ ସୁଦ୍ଧା କାହାର ପଲିସି ଲ୍ୟାପ୍ସ ହେବନାହିଁ । ସେମାନେ ଏପ୍ରିଲ ୨୧ ପର୍ଯ୍ୟନ୍ତ ଟଙ୍କା ରଖି ପଲିସିକୁ ଜାରି ରଖିପାରିବେ ।

Get real time updates directly on you device, subscribe now.