fbpx
BSKY SKY
BSKY SKY

ନିଜାମୁଦ୍ଦିନରୁ କୋରାପୁଟ କନେକ୍ସନ: ୨ ଠାବ

BSKY

କୋରାପୁଟ,୨ା୪(ଓଡ଼ିଶା ଭାସ୍କର): ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ କୋରାପୁଟର ୨ଜଣ ବ୍ୟକ୍ତି ଯୋଗ ଦେଇଥିଲେ । ଏମାନଙ୍କୁ ଭିତରୁ କୋଟପାଡ ଓ ଜୟପୁରର ଜଣେ ଲେଖାଏଁ ଲୋକ ରହିଥିବା ଜଣାପଡିଛି । ତେବେ ଏମାନେ ଏହି ସମାବେଶରୁ ଆଉ ଘରକୁ ଫେରି ନାହାନ୍ତି । ଅଲଗା ଅଲଗା ସ୍ଥାନରେ ରହି ଯାଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ସମାବେଶରେ ଓଡିଶାରୁ ଯେଉଁମାନେ ଯୋଗଦେଇଥିଲେ ସେମାନଙ୍କୁ ଏବେ ଖୋଜା ଯାଇ ଏକାନ୍ତବାସରେ ରଖାହେଉଛି । ଜୟପୁର ଓ କୋଟପାଡରୁ ଜଣେ ଲେଖାଏଁ ଏହି ସମାବେଶରେ ଯୋଗଦେଇଥିବା ବେଳେ ସେମାନେ ଏଯାଏଁ ଘରକୁ ଫେରିନାହାନ୍ତି । ବର୍ତ୍ତମାନ ଜଣେ ଆନ୍ଧ୍ର ଗୁଂଟୁର ଓ ଅନ୍ୟ ଜଣେ ଦିଲ୍ଲୀରେ ଅଛନ୍ତି ବୋଲି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉଭୟ ପରିବାର ସହ ଯୋଗାଯୋଗ କରାଯାଇଛି । ସମାବେଶକୁ ଯାଇଥିବା ଏହି ଲୋକଙ୍କୁ ଏବେ ଓଡିଶା ନଆସିବା ପାଇଁ ବାରଣ କରାଯାଇଛି । ଯଦି ସେମାନେ ଓଡିଶା ଆସନ୍ତି ତେବେ ପ୍ରଶାସନକୁ ଏଥିନେଇ ଖବର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରଶାସନ ଓ ପୋଲିସ ଏବେ ଏହି ଦୁଇ ଲୋକଙ୍କ ପରିବାର ସଦସ୍ୟଙ୍କ ଉପରେ ନଜର ରିଖିଛି । ସେମାନଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଇଛି । ସମାବେଶରେ ଯୋଗ ଦେଇଥିବା ଉଭୟ ଏକାନ୍ତବାସରେ ଅଛନ୍ତି ।

Get real time updates directly on you device, subscribe now.