fbpx

UPI ମାଧ୍ୟମରେ ଆପଣଙ୍କ ଖାତାକୁ ବ୍ୟାଙ୍କରୁ ଲୋନ୍ ଅର୍ଥ ଆସିବ: RBIର ବଡ଼ ପଦକ୍ଷେପ, ଖୁବଶୀଘ୍ର ଜାରି ହେବ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ)କୁ କେନ୍ଦ୍ର ସରକାର ଅଧିକ ପ୍ରଧାନ୍ୟ ଦେଉଛନ୍ତି । ବର୍ତ୍ତମାନ ଦେଶରେ ଖୁଚୁରା ଡିଭିଟାଲ ପେମେଣ୍ଟର ୭୫ ପ୍ରତିଶତ ୟୁପିଆଇ ମାଧ୍ୟମରେ କରାଯାଉଛି । ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ୟୁପିଆଇ ଓ ସିଙ୍ଗାପୁରରର ପେ ପାଓ ମଧ୍ୟରେ କ୍ରସବର୍ଡର କନେକ୍ଟିଭିଟି ଲଞ୍ଚ କରିଥିଲେ ।

ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ବଡ଼ ଖବର ଆସିଛି । ୟୁପିଆଇର ବ୍ୟବହାରକୁ ଗୁରୁତ୍ୱ ଦେବା ପାଇଁ ବ୍ୟାଙ୍କ ଋଣକୁ ୟୁପିଆଇ ସହିତ ଯୋଡ଼ାଯିବ । ଦେଶରେ ୟୁପିଆଇ ଏକ ଲୋକପ୍ରିୟ ଓ ମଜବୁତ ପେମେଣ୍ଟ ଭରଣା ପ୍ଲାଟଫର୍ମ । ତେଣୁ ବିଭିନ୍ନ ଉତ୍ପାଦ ଓ ସୁବିଧାକୁ ବିକଶିତ କରିବା ପାଇଁ ୟୁପିଆଇ ପ୍ରଣାଳୀକୁ ଉପଯୋଗ କରାଯାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛନ୍ତି ।

ଅନ୍ୟ ଅର୍ଥରେ କହିବାକୁ ଗଲେ, ବ୍ୟାଙ୍କରୁ ପୂର୍ବରୁ ସ୍ୱୀକୃତ ହୋଇଥିବା ଋଣର ଅର୍ଥ ଭରଣା ୟୁପିଆଇ ନେଟୱାର୍କ ମାଧ୍ୟମରେ ହୋଇପାରିବ । ଫଳରେ ଏ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାରୁ ମୁକ୍ତି ମିଳିବ ଓ ଘରୋଇ ବଜାର ପାଇଁ ବିଭିନ୍ନ ଉତ୍ପାଦର ବିକାଶ ପାଇଁ ସହାୟତା ମିଳିବ । ବ୍ୟାଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା କରଜ ସୁବିଧା ଏବେ ଗ୍ରାହକମାନେ ୟୁପିଆଇ ଜରିଆରେ ପରିଚାଳନା କରିପାରିବେ ।

ବର୍ତ୍ତମାନ ୟୁପିଆଇ ଜରିଆରେ ହେଉଥିବା ନେଣଦେଣ ବ୍ୟାଙ୍କର ଜମା ଖାତାରେ ହେଉଛି । କିଛି କ୍ଷେତ୍ରରେ ୱାଲେଟ ସହିତ ପି-ପେଡ କାର୍ଡ ଜରିଆରେ ମଧ୍ୟ ହେଉଛି । ତେବେ ଆରବିଆଇ ଖୁବଶୀଘ୍ର ଏନେଇ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିବ । ନିକଟରେ ରୁପେ କ୍ରେଡିଟ କାର୍ଡକୁ ୟୁପିଆଇ ସହିତ ଯୋଡ଼ିବାକୁ ଅନୁମତି ମିଳିଥିଲା । ଆରବିଆଇର ଏହି ପଦକ୍ଷେପ ଫଳରେ ଗ୍ରାହକଙ୍କ ପାଇଁ କରଜ ସୁବିଧାରେ ପାଇବା ପ୍ରକ୍ରିୟା ସହଜ ହୋଇଯିବ । ଫଳରେ ଦେଶରେ ଡିଜିଟାଲ ବ୍ୟାଙ୍କିଂ ସେବାରେ ଦ୍ରୁତ ଅଭିବୃଦ୍ଧି ଘଟିବ ।

Get real time updates directly on you device, subscribe now.