fbpx

ସାବଧାନ କରୋନା ବଢ଼ୁଛି: କୋଭିଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଲା, ବିଭିନ୍ନ ରାଜ୍ୟରେ ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ନେଇ କେନ୍ଦ୍ର ସରକାର ଆଲର୍ଟ ମୋଡ଼କୁ ଆସିବା ସହ ସାବଧାନ ରହିବା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରାଇଛନ୍ତି । ତେବେ ଏହା ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପରିଲକ୍ଷିତ ହୋଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ସରକାର ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଦେଇଛନ୍ତି ।

ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ୭୦୦ଟି ନୂଆ କେସ୍ ଚିହ୍ନଟ ହୋଇଛି । ମୋଟ ୩୩୦୫ଟି ଟେଷ୍ଟ ହୋଇଥିବା ବେଳେ ସେଥିମଧ୍ୟରୁ ୬୯୯ ଜଣ ରୋଗୀ କୋଭିଡ୍ ପଜିଟିଭ୍ ହୋଇଥିଲେ । ସଂକ୍ରମଣ ହାର ୨୧.୧୫ ପ୍ରତିଶତ ହୋଇଥିବା ଜଣାପଡ଼ିଛି । ସେହିପରି ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୭୮୮ଟି କୋଭିଡ୍ ମାମଲା ଚିହ୍ନଟ ହୋଇଥିବା ବେଳେ ଜଣେ ରୋଗୀର ମୃତ୍ୟୁ ଘଟିଛି । ରାଜ୍ୟରେ ମୃତ୍ୟୁ ହାର ୧.୮୨ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୯୮.୧୨ ପ୍ରତିଶତ ରହିଛି ।

ଅନୁରୂପ ଭାବେ ହିମାଚଳ ପ୍ରଦେଶରେ କରୋନାର ୧୩୭ଟି ମାମଲା ସାମ୍ନାକୁ ଆସିବା ସହ ୪ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ ୧,୭୬୪ଟି ସକ୍ରିୟ ମାମଲା ରହିଥିବା ବେଳେ ଗତ ରବିବାର ଦିନ ରାଜ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସମସ୍ତ ମୃତକ ୫୦-୮୧ ଆୟୁ ବର୍ଗର ପୁରୁଷ ଥିଲେ । ସେହିପରି ରାଜସ୍ଥାନରେ କୋଭିଡ-୧୯ର ୧୬୫ଟି ନୂଆ ମାମଲା ଆସିବା ସହ ଏହି ସମୟରେ ଜଣେ ରୋଗୀର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.