fbpx

ବିନା ଅନୁମତିରେ କଟିଯାଇପାରେ ଆପଣଙ୍କ PF ଟଙ୍କା, ଇପିଏଫଓ ଜାରି କଲା ଆଲର୍ଟ; ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଇପିଏଫଓ ଆଲର୍ଟ ଜାରି କରିଛନ୍ତି । ଇପିଏଫଓ ପକ୍ଷରୁ ତାର ୬ କୋଟି ଖାତା ଧାରକଙ୍କ ପାଇର୍ ସତର୍କ ସୂଚନା ଜାରି କରିଛି । ଖାତା ଧାରକ ମାନଙ୍କୁ ସେମାନଙ୍କ ଖାତା ସମ୍ପର୍କିତ ସୂଚନା ଦେଇ ସାବଧାନ ରହିବାକୁ କହିଛି । ଯନି ଖାତା ଧାରକ ମାନେ ସେମାନଙ୍କ ଖାତାକୁ ସଚେତନ ହେବେ ନାହିଁ ତେବେ ସେମାନଙ୍କୁ କ୍ଷତି ସହିବାକୁ ହେବ । ଗ୍ରାହକ ମାନେ ନିଜ ନିଜର ଆକାଉଣ୍ଟ୍ କୁ ସୁରକ୍ଷିତ ରଖିବାକୁ ଇପିଏଫଓ ପକ୍ଷରୁ ଆଲର୍ଟ କରାଯାଇଛି ।

ଖାତାଧାରକ ମାନେ ସେମାନଙ୍କ ପିଏଫ୍ ଆକାଉଣ୍ଟ୍ ଏବଂ ବ୍ୟକ୍ତିଗତ ତଥ୍ୟ ସବୁକୁ ନିଜ ପର୍ଯ୍ୟନ୍ତ ସୀମିତ ରଖିବାକୁ ପରାମର୍ଶ କରିଛି । ଏସବୁ ତଥ୍ୟକୁ କୌଣସି ବି ବ୍ୟକ୍ତିଭ୍କ ସହିତ ସେୟାର କରନ୍ତୁ ନାହିଁ ବୋଲି କହିିଛନ୍ତି । ଏତଦବ୍ୟତୀତ ଇପିଏଫଓ କୁ ନେଇ କୌଣସି ଆପ୍ ର ବ୍ୟବହାର କରିବାକୁ ନେଇ ବି ସତର୍କ କରିଛି । ଏନେଇ ଟୁଇଟ୍ ମାଧ୍ୟମରେ ଅବଗତ କରିଛି ଇପିଏଫଓ । ଏଥିରେ କୁହାଯାଇଛି ଯେ, ଇପିଏଫଓ ନିଜର କୌଣସି ବି ଗ୍ରାହକଙ୍କୁ ଫୋନ୍ କଲ୍ କରି ଖାତା ସମ୍ପର୍କୀତ କିମ୍ବା ସେମାନଙ୍କ ବ୍ୟକ୍ତିଗତ ବିଷୟରେ ସୂଚନା ମାଗେ ନାହିଁ । ଇପିଏଫଓ ନିଜର ଖାତାଧାରକଙ୍କୁ କେବେ ବି ଫୋନ୍ କଲ୍ କରେ ନାହିଁ ।

Get real time updates directly on you device, subscribe now.