fbpx

ମାତ୍ର ୨୪ ଟଙ୍କାରେ Active ରହିବ ଆପଣଙ୍କର SIM Card

ନୂଆଦିଲ୍ଲୀ: ଆଜିକାଲି ଦୁଇଟି ସିମ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଦୁଇଟି ଯାକ ଆକ୍ଟିଭ୍ କରିବାକୁ ପଡ଼ୁଛନ୍ତି । ଏପରି ସ୍ଥିତିରେ ଗ୍ରାହକଙ୍କ ଖର୍ଚ୍ଚ ଦୁଇଗୁଣା ହୋଇଯାଇଥାଏ । ତେବେ ଏହି ପରିପ୍ରେକ୍ଷୀରେ ଏକ ଟେଲିକମ କମ୍ପାନୀ ପକ୍ଷରୁ ଏକ ଖାସ୍ ପ୍ଲାସ ଲଞ୍ଚ କରାଯାଇଛି । ଏହି ପ୍ଲାନରେ ଆପଣ ବହୁତ କମ୍ ପଇସା ଖର୍ଚ୍ଚ କରି ନିଜର ସିମକୁ ଆକ୍ଟିଭ୍ ରଖିପାରିବେ ।

ଏହି ପ୍ଲାନରେ ଆପଣଙ୍କୁ ୨୫ ଟଙ୍କାରୁ କମ୍ ଟଙ୍କା ଖର୍ଚ୍ଚ କରି ଏକ ମାସ ପାଇଁ ଭାଲିଡିଟି ମିଳିବ । ଘରୋଇ ଟେଲିକମ ଅପରେଟରଙ୍କ ପୋର୍ଟଫୋଲିଓରେ ଏପରି ପ୍ଲାନ ଆପଣମାନେ କେବେ ବି ପାଇବେ ନାହିଁ । ବିଏସଏନଏଲ ପକ୍ଷରୁ ଏକ ୨୪ ଟଙ୍କିଆ ରିଚାର୍ଜ ପ୍ଲାନ ଲଞ୍ଚ କରାଯାଇଛି । ଯଦି ଆପଣ ରେଟ କଟର୍ସ ବ୍ୟବହାର କରିଥିବେ, ତେବେ ଏହି ଏସଟିଭି ବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣି ସାରିବେଣି । ବାସ୍ତବରେ ଏହା ହେଉଛି ଏକ ରେଟ କଟର୍ସ, ଯେଉଁଥିରେ କି ୩୦ ଦିନ ପର୍ଯ୍ୟନ୍ତ ଭାଲିଡିଟି ମିଳିଥାଏ ।

ବର୍ତ୍ତମାନ ରେଟ କଟର୍ସର ଆବଶ୍ୟକତା ପଡ଼ୁନଥିବା ବେଳେ ଏହାର ସହାୟତାରେ ଆପଣ ନିଜର ସିମକୁ ୩୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରଖିପାରିବେ । ବିଏସଏନଏଲ ଏସଟିଭି-୨୪ରେ ଆପଣଙ୍କୁ ୩୦ ଦିନିଆ ଭାଲିଟିଡି ଦିଆଯାଉଛି । ରିଚାର୍ଜ ପ୍ଲାନରେ ଆପଣ ୨୦ ପଇସା ପ୍ରତି ମିନିଟ ହିସାବରେ କଲିଂ ବେନିଫିଟ ମଧ୍ୟ ପାଇପାରିବେ ।

ସେହପରି କମ୍ପାନୀର ପୋର୍ଟଫୋଲିଓରେ ଅନ୍ୟ ଏକ ଶସ୍ତା ପ୍ଲାନ ମଧ୍ୟ ରହିଛି । ଯଦି ଆପଣଙ୍କୁ ଏକ ମାସ ପାଇଁ କଲିଂ ଓ ଡାଟା ଥିବା ଶସ୍ତା ରିଚାର୍ଜ ଦରକାର, ତେବେ ଆପଣ ୧୪୭ ଟଙ୍କିଆ ପ୍ଲାନ ଟ୍ରାଏ କରିପାରିବେ । ଏହି ରିଚାର୍ଜ ପ୍ଲାନରେ ୩୦ ଦିନିଆ ଭାଲିଡିଟି ମିଳିଥାଏ । ଏଥିସହିତ ଅନଲିମିଟେଡ ଭଏସ୍ କଲିଂ ସର୍ଭିସ, ୧୦ ଜିବି ଡାଟା, ରିଚାର୍ଜରେ ପର୍ସନାଲ ରିଙ୍ଗ ବ୍ୟାକ ଟ୍ୟୁନର ମଧ୍ୟ ବିକଳ୍ପ ମିଳିବ ।

Get real time updates directly on you device, subscribe now.