fbpx

Cricket Rules ରେ ପରିବର୍ତ୍ତନ କଲା ICC: ଅକ୍ଟୋବର ୧ ରୁ ଲାଗୁ ହେବ ଏହି ସବୁ ନୂଆ ନିୟମ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୨ ପୂର୍ବରୁ କ୍ରିକେଟ ନିୟମରେ ବଡ ପରିବର୍ତ୍ତନ ଆଣିଛି ଆଇସିସି । ଆସନ୍ତା ଅକ୍ଟୋବର ପହିଲାରୁ ପ୍ରତ୍ୟେକ ମ୍ୟାଚରେ ଲାଗୁ ହେବ ଆଇସିସିର ଏହି ନୂଆ ନିୟମ । ତେବେ ଏହାସହ ଆସନ୍ତା ଟି୨୦ ବିଶ୍ୱକପ-୨୦୨୨ ମଧ୍ୟ ଏହି ନିୟମ ଅନୁସାରେ ହିଁ ଖେଳାଯିବ । ୨୦୧୭ର କ୍ରିକେଟ ନିୟମରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ତେବେ ଆସନ୍ତୁ ଜାଣିବା ଏହି ନୂଆ ନିୟମଗୁଡିକ ବିଷୟରେ…

-ଜଣେ ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହେବା ପରେ ମଧ୍ୟ ନୂଆ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକରେ ଆସିବେ । କିନ୍ତୁ ଏହା ପୂର୍ବରୁ କ୍ୟାଚ ଧରିବା ପୂର୍ବରୁ ଷ୍ଟ୍ରାଇକ ବଦଳିଲେ ନୂଆ ବ୍ୟାଟ୍ସମ୍ୟାନ ଅନ୍ୟ ପଟକୁ ଯାଉଥିଲେ । ତେବେ ଅକ୍ଟୋବରରୁ ଏହି ନିୟମରେ ପରିବର୍ତ୍ତନ କରାଯିବ ।

-ବଲରେ ଲାଳ/ଛେପ ଲଗାଇବା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇଛି ଆଇସିସି । କରୋନା ମହାମାରୀ ବ୍ୟାପିବା ପରେ ଏହା ଉପରେ ଅସ୍ଥାୟୀ ରୂପରେ ବ୍ୟାନ ଲଗାଯାଇଥିଲା । କିନ୍ତୁ ଅକ୍ଟୋବର ପହିଲାରୁ ଏହା ଉପରେ ସ୍ଥାୟୀ ଭାବରେ ରୋକ ଲଗାଇଛି ଆଇସିସି ।

-ସେହିପରି ଟେଷ୍ଟ ଏବଂ ଦିନିକିଆ ମ୍ୟାଚରେ ନୂଆ ବ୍ୟାଟ୍ସମ୍ୟାନଙ୍କୁ ୨ ମିନିଟରେ ଷ୍ଟ୍ରାଇକ ନେବାକୁ ହେବ । ତେବେ ଟି-୨୦ରେ ଏଥିପାଇଁ ବ୍ୟାଟ୍ସମ୍ୟାନଙ୍କୁ ୯୦ ସେକେଣ୍ଡ ସମୟ ଦିଆଯିବ । ପୂର୍ବରୁ ଜଣେ ବ୍ୟାଟ୍ସମ୍ୟାନଙ୍କ ୱିକେଟ ଯିବା ପରେ ନୂଆ ଖେଳାଳିଙ୍କୁ ୩ ମିନିଟ ସମୟ ଦିଆଯାଉଥିଲା । ତେବେ ଯଦି ବ୍ୟାଟ୍ସମ୍ୟାନ ଏମିତି କରିବାରେ ଅସମର୍ଥ ହୁଅନ୍ତି, ତେବେ ବୋଲିଂ ଦଳର ଅଧିନାୟକ ଟାଇମ ଆଉଟ ପାଇଁ ଦାବି କରିପାରନ୍ତି ।

-ଯଦି ବଲ ପିଚରୁ ବାହାରକୁ ପଡିଥାଏ, ତେବେ ନୂଆ ନିୟମ ଅନୁସାରେ ବ୍ୟାଟ୍ସମ୍ୟାନ ବ୍ୟାଟର କିଛି ଅଂଶ କିମ୍ବା ଯଦି ଏହା ପିଚ୍ ଭିତରେ ଥାଏ, ତେବେ ଏହାର ଖେଳିବାର ଅଧିକାର ରହିବ । କିନ୍ତୁ ଏହା ବାହାରକୁ ଗଲେ ଅମ୍ପାୟାର ଏହାକୁ ଡେଡ ବଲ ବୋଲି ଘୋଷଣା କରିବେ । ଏହାସହିତ ପିଚ ବାହାରେ ପଡିଥିବା ସମସ୍ତ ବଲ ନୋ-ବଲ ଭାବେ ଘୋଷଣା କରାଯିବ ।

-ବୋଲିଂ କରିବା ବେଳେ ଯଦି ଜଣେ ବୋଲର ଜାଣି ଜାଣି କିଛି ଅନୁଚିତ କିମ୍ବା କିଛି ମୋଭମେଣ୍ଟ କରିଥାନ୍ତି, ତେବେ ଏହାକୁ ଡେଡ ବଲ ଘୋଷଣା କରିପାରିବେ ଅମ୍ପାୟାର । ଏହାବ୍ୟତୀତ ବ୍ୟାଟିଂ ଟିମକୁ ଏଥିପାଇଁ ୫ ରନ ପେନାଲ୍ଟି ରୂପରେ ମିଳିଥାଏ ।

-ଜଣେ ବୋଲର ନିଜ ଡେଲିଭରି ଷ୍ଟ୍ରିଡରେ ପ୍ରବେଶ କରିବା ପୂର୍ବରୁ ଷ୍ଟ୍ରାଇକରଙ୍କୁ ଆଉଟ କରିବା ପାଇଁ ବଲ ଫିଙ୍ଗିଲେ ଏହାକୁ ମଧ୍ୟ ଡେଡ ବଲ ଭାବେ ଡିକ୍ଲାର କରିବେ ଅମ୍ପାୟାର । ତେବେ ଏହା ଅତ୍ୟନ୍ତ ଅଦ୍ଭୁତ ଦୃଶ୍ୟ ହେବ ଯାହାକୁ ଆଜି ପର୍ଯ୍ୟନ୍ତ ନୋ ବଲ ଭାବେ ଗଣନା କରାଯାଉଥିଲା ।

-ଟି-୨୦ ପରି ଏବେ ଦିନିକିଆରେ ମଧ୍ୟ ନିର୍ଦ୍ଧାରିତ ସମୟରେ ଓଭର ପୂରା ନ କଲେ ବୋଲିଂ ଟିମକୁ ୩୦ ଗଜ ସର୍କଲ ଭିତରେ ଜଣେ ଅତିରିକ୍ତ ଫିଲ୍ଡରଙ୍କୁ ରଖିବାକୁ ପଡିବ ।

Get real time updates directly on you device, subscribe now.