fbpx

ମେ’ ୧୫ରୁ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌, ଏହା ପୂର୍ବରୁ କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଆସିଛି ବଡ ଖବର । ନୂଆବର୍ଷରୁ ହ୍ୱାଟ୍ସଆପର ନିଜର ପ୍ରାଇଭେସି ପଲିସିକୁ ନେଇ ଆଲୋଚନା କରୁଥିବା ବେଳେ ନୂଆ ପଲିସି ଫେବୃଆରୀ ୮ରୁ ଲାଗୁ ହେବା ନେଇ ସୂଚନା ମିଳିଥିଲା । କିନ୍ତୁ ଚଳିତ ମାସ ବା ମେ’ ୧୫ରେ ହ୍ୱାଟ୍ସଆପର ନୂଆ ପଲିସି ଲାଗୁ ହେବାକୁ ଯାଉଛି । ଅନେକ ବିବାଦ ପରେ ହ୍ୱାଟ୍ସଆପ ନିଜର ନୂଆ ପଲିସିକୁ ୩ ମାସ ପର୍ଯ୍ୟନ୍ତ ଟାଳିଥିଲା ।

ତେବେ ପ୍ରାଇଭେସି ପଲିସିକୁ ନେଇ ହ୍ୱାଟ୍ସଆପ ପକ୍ଷରୁ ବ୍ୟବହାରକାରୀଙ୍କୁ ନୋଟିଫିକେସନ ପଠାଯାଉଛି, ଅର୍ଥାତ୍ ମେ’ ୧୫ ପୂର୍ବରୁ ଆପଣଙ୍କୁ ହ୍ୱାଟ୍ସଆପର ପ୍ରାଇଭେସି ପଲିସିକୁ ସ୍ୱୀକାରା କରିବାକୁ ପଡିବ । ଯଦି ଆପଣ ଏହାକୁ ଗ୍ରହଣ ନକରନ୍ତି ତେବେ ଆପଣଙ୍କ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଉପଭୋକ୍ତାମାନେ ମେ’ ୧୫ ପର୍ଯ୍ୟନ୍ତ ହ୍ୱାଟ୍ସଆପର ନୂଆ ପଲିସିକୁ ଗ୍ରହଣ ନକରନ୍ତି, ତେବେ ସେମାନଙ୍କ ପାଖକୁ ନା କୌଣସି ମେସେଜ ଆସିବ ନା କୌଣସି ମେସେଜ ଯିବ । ନୂଆ ପଲିସି ଗ୍ରହଣ ନକରିବା ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ବନ୍ଦ ରହିବ । ଯେଉଁମାନେ ନୂଆ ସର୍ତ୍ତାବଳୀକୁ ନମାନିବେ, ସେମାନଙ୍କ ଆକାଉଣ୍ଟ ନିଷ୍କ୍ରିୟ ଦେଖାଯିବ ଓ ୧୨୦ ଦିନ ପରେ ଆକାଉଣ୍ଟ କଟିଯିବ । ସର୍ତ୍ତାବଳୀ ଗ୍ରହଣ କରିବାକୁ କମ୍ପାନୀ ପ୍ରତିଦିନ କିମ୍ବା କିଛି ଦିନ ମଧ୍ୟରେ ନୋଟିଫିକେସନ ପଠାଇବ ଓ ପରେ ଏହାକୁ ବି ବନ୍ଦ କରିଦେବ ।

Get real time updates directly on you device, subscribe now.