fbpx

ଖୁସି ଖବର : ଓଡ଼ିଶାରେ ଆଜି ୬୪୮୮ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୪୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ ଲକ୍ଷ ୦୪ ହଜାର ୦୬୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୮୬, ନୂଆପଡ଼ାରୁ ୫୧୪, କଳାହାଣ୍ଡିରୁ ୩୫୮, କଟକରୁ ୩୩୬, ଯାଜପୁରରୁ ୩୨୦, ନବରଙ୍ଗପୁରରୁ ୨୯୪, ଝାରସୁଗୁଡାରୁ ୨୮୩, ବରଗଡ଼ରୁ ୨୮୨, ବଲାଙ୍ଗିରରୁ ୧୮୯, ପୁରୀରୁ ୧୭୯, ଗଞ୍ଜାମରୁ ୧୭୬, ସମ୍ବଲପୁରରୁ ୧୭୪ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.