fbpx
BJD SKY
BJD SKY

ବୃଦ୍ଧାବସ୍ଥାରେ ଫେରି ଆସିବ ଯୌବନ! କକଟେଲ ମିଳିବା ନେଇ ହାଭାର୍ଡ ଗବେଷକଙ୍କ ଦାବି

BJD

ନୂଆଦିଲ୍ଲୀ: ଏଣିକି ମଣିଷକୁ ସ୍ପର୍ଶ କରି ପାରିବନି ବାର୍ଦ୍ଧକ୍ୟ ଅବସ୍ଥା । ସବୁବେଳେ ଯୁବାବସ୍ଥାରେ ରହିପାରିବ ମଣିଷ ସମାଜ । ଏଥିପାଇଁ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ଖୋଜି ପାଇଛନ୍ତି । ଏମିତି ଏକ କକଟେଲ ପାଇଛନ୍ତି ଯାହା ମଣିଷକୁ ଶସ୍ତାରେ ବୃଦ୍ଧାବସ୍ଥାରୁ ଦୂରେଇ ରଖିବ ବୋଲି ସେମାନେ ଦାବି କରିଛନ୍ତି । କାରଣ ବୃଦ୍ଧାବସ୍ଥାକୁ ଯିବା ପାଇଁ କେହିବି ପସନ୍ଦ କରି ନଥାନ୍ତି । ନିଜକୁ ଯୁବ ଏବଂ କମ୍ ବୟସର ଦର୍ଶାଇବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଏହା ସମ୍ଭବ ହୋଇ ନଥାଏ । ତେବେ ଏହି କକଟେଲ ସେମାନଙ୍କୁ ଖୁବ ସାହାଯ୍ୟ କରିବ ବୋଲି ଦାବି ହୋଇଛି ।

ରିପୋର୍ଟ ଅନୁସାରେ, ବୈଜ୍ଞାନିକ ଟିମ୍ ୬ଟି ରସାୟନକୁ ନେଇ ଏକ ମିଶ୍ରଣର ଅନୁସନ୍ଧାନ କରିଛନ୍ତି । ବୃଦ୍ଧାବସ୍ଥାକୁ ନ ଯିବା ଏବଂ ନିଜ ଯୌବନକୁ ବଜାୟ ରଖିବା ପାଇଁ ସମସ୍ତେ ସବୁବେଳେ ଚାହିଁଥାନ୍ତି । କିନ୍ତୁ ଏହା ସମ୍ଭବ ହୋଇ ପାରି ନଥାଏ । ତେବେ ବର୍ତ୍ତମାନ ଏହାକୁ ସମ୍ଭବ କରିବାକୁ ଯାଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି । ବୈଜ୍ଞାନିକ ମାନେ ଖୋଜି ବାହାର କରିତିବା ଏହି ରାସାୟନିକ ରିପ୍ରୋଗ୍ରାମିଂ ଜରିଆରେ କୋଶିକାତ୍ମକ ବାର୍ଦ୍ଧକ୍ୟକୁ ପ୍ରତ୍ୟାବର୍ତ୍ତନ କରାଯାଇ ପାରିବ । ଏଥିରେ ଆବିଷ୍କାର ହୋଇଥିବା ୬ଟି ରସାୟନର ମିଶ୍ରଣ ମଣିଷ ଶରୀରରେ ଥିବା କୋଶିକାଗୁଡିକର ବୟସ ବୃଦ୍ଧିକୁ ରୋକିବା ସହ ପଛକୁ ନେବାରେ ସଫଳ ହୋଇପାରୁଛି ବୋଲି ରିପୋର୍ଟରେ କୁହାଯାଇଛି । ମଣିଷ ସହିତ ମୂଷା ଶରୀରରେ ମଧ୍ୟ ଏହି ରସାୟନ କାମ କରୁଥିବା ଦାବି ହୋଇଛି । ଏ ନେଇ ହାଭାର୍ଡ ଗବେଷକ ଡେଭିଡ ସିଙ୍କେଲୟର ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

ଏହି ମିଶ୍ରଣରେ ୫-୭ଟି ଏଜେଣ୍ଟ ଥିବା ବେଳେ ଏମାନେ ଶରୀର ଏବଂ ମାନସିକ ବିକାଶର ଉପଚାର କରିଥାଆନ୍ତି । ହାଭାର୍ଡ ମେଡିକାଲ ସ୍କୁଲରେ ଟିମ୍ ସହ ୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ମଲିକୁଲ ଖୋଜିଥିବା କହିଛନ୍ତି ଡେଭିଡ ସିଙ୍କେ୍ଲୟର । ଏହି ମଲିକୁଲ ମଣିଷର କୋଶିକାଗୁଡିକୁ ପଛକୁ ନେବାରେ ସଫଳତା ହାସଲ କରିଥିବା କହିଛନ୍ତି ଡେଭିଡ । ମୂଷା ଏବଂ ମାଙ୍କଡ଼ ଉପରେ ଏହାର ପୟୋଗ କରାଯାଇଥିଲା । ଅଧ୍ୟୟନରେ ଏହି ରସାୟନ ସେମାନଙ୍କ ଉପରେ ସଫଳତାର ସହ ଫଳାଫଳ ମିଳିଥିବା କୁହାଯାଇଛି । ତେବେ ଏମିତି ହେଲେ ମଣିଷ ନିଜ ଯୁବ ବୟସର ଶକ୍ତିକୁ କିଛି ଦିନ ପର୍ଯ୍ୟନ୍ତ ଅଟକାଇ ରଖିପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.