fbpx

ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ! ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତ ଦେହ ଉଦ୍ଧାର

ପୁରୀ: ପ୍ରେମିକାର ଘରୁ ଜବତ ହେଲା ପ୍ରେମିକର ଶବ । ଏଭଳି ଚାଞ୍ଚଲ୍ୟକର ଖବର ଆସିଛି ପୁରୀରୁ । ବ୍ରହ୍ମଗିରି ସାହୁପଡା ଗାଁରେ ଘଟିଛି ଏଭଳି ଅଘଟଣ, ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା କାରଣ ଜଣା ପଡ଼ିନଥିବା ବେଳେ ଘଟଣା ସ୍ଥଳରେ ଲାଗି ରହିଛି ଉତ୍ତେଜନା । ମୃତକ ଯୁବକ ଜଣକ ହେଉଛନ୍ତି ସୁର୍ଯ୍ୟକାନ୍ତ ବିଶ୍ୱାଳ । ତେବେ ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କ ଘର ସାହୁପଡା ଗାଁର ବୋଲି ଜଣାପଡ଼ିଛି ।

ଏହି ଘଟଣା ପରେ ୨ ପରିବାର ମୁହାଁମୁହିଁ ହୋଇଛନ୍ତି। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଯୁବକଙ୍କ ପରିବାରେ ଲୋକେ ଅଭିଯୋଗ କରିଛନ୍ତି । ପୁଅକୁ ହତ୍ୟା କରି ଫ୍ୟାନ୍ ରେ ଟାଙ୍ଗି ଦେଇଥିବା କହିଛନ୍ତି ସେମାନେ । ଖବର ପାଇ ବିଳମ୍ବିତ ରାତିରେ ବ୍ରହ୍ମଗିରି ପୋଲିସ ପହଞ୍ଚି ମୃତ ଶରୀର ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.