fbpx

ଆମେରିକାର ସେନାଠାରୁ ୧୦୦ ଗୁଣା ଅଧିକ ଲୋକଙ୍କ ପାଖରେ ରହିଛି ବନ୍ଧୁକ, ସର୍ଭେରୁ ହେଲା ବଡ଼ ଖୁଲାସ

ୱାଶିଂଟନ୍‌: ଆମେରିକାର ସେନାଠାରୁ ଲୋକଙ୍କ ପାଖରେ ୧୦୦ଗୁଣା ଅଧିକ ବନ୍ଧୁକ ରହିଛି । ବିଶ୍ୱବ୍ୟାଙ୍କ ମୁତାବକ, ୨୦୨୦ ମସିହାରେ ଆମେରିକାର ଲୋକସଂଖ୍ୟା ଆନୁମାନିକ ୩୩ କୋଟି ଥିଲା । ସ୍ମଲ୍‌ ଆର୍ମସ୍‌ ସର୍ଭେ ମୁତାବକ ଏଠାରେ ଆନୁମାନିକ ୪୦ କୋଟି ବନ୍ଧୁକ ରହିଛି । ତେଣୁ ଆମେରିକାର ଲୋକସଂଖ୍ୟା ଠାରୁ ଏଠାରେ ବନ୍ଧୁକ ଅଧିକ ରହିଥିବା ସ୍ପଷ୍ଟ ହୋଇଛି । ସୁଇଜରଲାଣ୍ଡ ପକ୍ଷରୁ ସ୍କୁଲ ଆର୍ମସ୍‌ ନେଇ ହୋଇଥିବା ଏକ ସର୍ଭେରେ ଦୁନିଆରେ ୮୫.୭୩ କୋଟି ବନ୍ଧୁକ କିମ୍ବା ରାଇଫଲ୍‌ ରହିଛି ।

ଏହା ଭିତରୁ ୩୯.୩୩ କୋଟିରୁ ଅଧିକ ବନ୍ଧୁକ କିମ୍ବା ରାଇଫଲ୍‌ ଆମେରିକା ପାଖରେ ରହିଛି । ଆମେରିକାର ପ୍ରତି ୧୦୦ ଲୋକରେ ୧୨୧ଟି ବନ୍ଧୁକ ବ୍ୟବହାର ହେଉଛି । ଏଠାରେ ଯେତିକି ବନ୍ଧୁକ କିମ୍ବା ରାଇଫଲ୍‌ ରହିଛି ସେହି ପରିମାଣର ବନ୍ଧୁକ କିମ୍ବା ରାଇଫଲ୍‌ ରହିଛି ସେହି ପରିମାଣର ବନ୍ଧୁକ କିମ୍ବା ରାଇଫଲ ସେଠାରେ ସେନା କିମ୍ବା ପୋଲଇସ ପାଖରେ ନାହିଁ । ଆମେରିକାର ସେନା ପାଖରେ ଏବେ ୪୫ଲକ୍ଷ ଏବଂ ପୋଲିସ ପାଖରେ ୧୦ଲକ୍ଷ ବନ୍ଧୁକ କିମ୍ବା ରାଇଫଲ୍‌ ରହିଛି । ତେଣୁ ଆମେରିକା ସେନାଠାରୁ ୧୦୦ ଗୁଣା ଅଧିକ ଓ ପୋଲିସ ଠାରୁ ୪୦୦ ଗୁଣା ବନ୍ଧୁକ କିମ୍ବା ରାଇଫଲ ଏଠାରେ ସାଧାରଣ ଲୋକଙ୍କ ପାଖରେ ଥିବା ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.