fbpx

ଆଫ୍ରିକୀୟ ଦେଶ ସେନେଗାଲରେ ବଡ଼ ଦୁର୍ଘଟଣା: ହସ୍ପିଟାଲରେ ନିଆଁ ଲାଗିବାରୁ ୧୧ ନବଜାତ ଶିଶୁଙ୍କର ମୃତ୍ୟୁ 

ତିୱାଉନ୍: ପଶ୍ଚିମ ଆଫ୍ରିକୀୟ ସେନେଗାଲରେ ଘଟିଛି ଏକ ବଡ଼ ଦୁର୍ଘଟଣା  । ତିୱାଉନର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିବାରୁ ୧୧ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି । ସେନେଗାଲର ରାଷ୍ଟ୍ରପତି ମାକି ସେଲଙ୍କ ଉଦେ୍ଧଶ୍ୟରେ ନ୍ୟୁଜ୍ ଏଜେନ୍ସି ଏଏଫପି ଏହି ସୂଚନା ଦେଇଛି  ।

ରାଷ୍ଟ୍ରପତି ମାକି ସେଲ୍ କହିଛନ୍ତି ଯେ, ‘ମୁଁ ଏବେ ଏକ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ ଖବର ଶୁଣିଲି । ତିୱାଉନର ଏକ ସରକାରୀ ଡାକ୍ତରଖାନାରେ ନବଜାତକ ବିଭାଗରେ ନିଆଁ ଲାଗିବା କାରଣରୁ ୧୧ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି ।’

ରାଷ୍ଟ୍ରପତି ସେଲ କହିଛନ୍ତି, ‘ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ନିରୀହ ମାଆ ଏବଂ ସେମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି  ।’ ସର୍ଟ ସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସେନେଗାଲର ରାଜନେତା ଡିଓପ ସି କହିଛନ୍ତି ।

 

Get real time updates directly on you device, subscribe now.