fbpx

ଆଇପିଏଲ୍‌ ଅପ୍‌ଡେଟ୍‌.. ଅରେଞ୍ଜ କପ୍ ଦୌଡରେ ଜୋସ୍‌ ବଟଲର, କେଏଲ ରହୁଲ

କୋଲକାତା: ରାଜସ୍ଥାନ ରୟାଲ୍ସ ବ୍ୟାଟର ଜୋସ୍‌ ବଟ୍ଟଲର ଚଳିତ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରି ଅରେଞ୍ଜ କପ ପାଇବା ନିଶ୍ଚିତ ହୋଇ ଯାଇଛି । କାରଣ ସେ ୧୫ ମ୍ୟାଚ ଖେଳି ୩ ଶତକ ଓ ୪ ଅର୍ଦ୍ଧଶତକ ସହିତ ୫୧.୨୯ ହାରେ ୭୧୮ ରନ ସଂଗ୍ରହ କର ଶୀର୍ଷରେ ଥିବା ବେଳେ ତାଙ୍କ ସମକକ୍ଷ ଅନ୍ୟ କୌଣସି ବ୍ୟାଟର ଏତେ ସଂଖ୍ୟକ ରନ ସଂଗ୍ରହ କରି ପାରି ନାହାନ୍ତି । ବଟ୍ଟଲରଙ୍କ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେଏଲ ରାହୁଲ ୨ ଶତକ ସହାୟତାରେ ୧୪ ମ୍ୟାଚରୁ (ବୁଧବାର ରୟାଲ ଚାଲେଞ୍ଜର୍ସ ବିପକ୍ଷ ମ୍ୟାଚ ବାଦ ଦେଇ) ୫୩୭ ରନ ସଂଗ୍ରହ କରିଛନ୍ତି । ସର୍ବାଧିକ ରନ ସଂଗ୍ରହ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଲକ୍ଷ୍ନୌ  ସୁପର ଜିଆଣ୍ଟସର ଓପନିଂ ବ୍ୟାଟର କ୍ୱିଣ୍ଟନ ଠି କକ୍‌ । ସେ ୧୪ ମ୍ୟାଚରୁ ସଂଗ୍ରହ କରିଛନ୍ତି ୫୦୨ ରନ । ସେହିରି ପଞ୍ଜାବ କିଙ୍ଗସର ଶିଖର ଧାୱନ ୪୬୦ ଓ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ମ୍ୟାଚରୁ ୪୫୩ ରନ ସଂଗ୍ରହ କରି ପଞ୍ଚମ ସ୍ଥାନରେ ଅଛନ୍ତି । ତେଣୁ ବଟ୍ଟଲରଙ୍କୁ ରନ ସଂଗ୍ରହରେ ଅନ୍ୟ କୌଣସି ବ୍ୟାଟର ଟପିବା ସମ୍ଭବ ନୁହେଁ ବୋଲି ଅନୁମାନ । ସେହିରି ବୋଲିଂରେ ରାଜସ୍ଥାନ ରୟାଲ୍ସ ସ୍ପିନର ଯୁଜଭେନ୍ଦ୍ର ଚହଲ ୧୪ ମ୍ୟାଚରେ ସର୍ବାଧିକ ୨୬ ଓ ରୟାଲ ଚାଲେଞ୍ଜର୍ସ ସ୍ପିନର ୱାନିନ୍ଦୁ ହସରଙ୍ଗା ୨୪ ୱିକେଟ ଅକ୍ତିଆର କରି ପର୍ପଲ କ୍ୟାପ ଦୌଡରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.