fbpx

YouTube ଦେଖିବା ହେବ ମହଙ୍ଗା: Ad Blockers ଉପରେ ବ୍ୟାନ୍ ପରେ ବଢିଲା ଦାମ୍

AAKASH

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ଦେଶରେ ମହଙ୍ଗା ହେବ ୟୁଟ୍ୟୁବ ଦେଖିବା । ଏଥିପାଇଁ କମ୍ପାନୀ ଏକ ବଡ଼ ଯୋଜନାରେ ରହିଛି । ତେବେ ଏଣିକି କିଛି ଦେଶରେ ୟୁଟ୍ୟୁବ ଚଳାଇବା କିମ୍ବା ଏଥିରେ ଭିଡିଓ ଦେଖିବା ୟୁଜରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ପୂର୍ବରୁ କମ୍ପାନୀ ନିଜ ପ୍ଲାଟଫର୍ମରେ ଆଡ୍ ବ୍ଳକର୍ସକୁ ବ୍ୟାନ୍ କରିବା ଆରମ୍ଭ କରିଦେଇଛି । ତେଣୁ ବିଭିନ୍ନ ଦେଶରେ ନିଜ ପ୍ରିମୟମ୍ ସବସ୍କ୍ରିପ୍ସନ ମହଙ୍ଗା କରିପାରେ ୟୁଟ୍ୟୁବ ।

ଜାଣି ରଖନ୍ତୁ ପୂର୍ବରୁ ୟୁଟ୍ୟୁବ ପ୍ରିମିୟମ (YouTube Premium) ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ୩ ମାସର ଅତିରିକ୍ତ ପିରିୟଡ ଦେଇଛି କମ୍ପାନୀ । ଏହାପରେ ସେମାନଙ୍କୁ ମାସିକ ସବସ୍କ୍ରିପ୍ସନ ନେବାକୁ ପଡ଼ିବ ବୋଲି ନିୟମ କରିଛି ୟୁଟ୍ୟୁବ । ତେବେ ଏହି ୟୁଟ୍ୟୁବ ପ୍ରିମିୟରରେ ୟୁଜରମାନଙ୍କୁ ଅନେକ ଗୁଡ଼ିଏ ପାଇଦା ମିଳିଥାଏ । ଅଦରକାରୀ ତଥା ବିରକ୍ତ କରୀୁତିବା ବିଭିନ୍ନ ବିଜ୍ଞାପନ ବିନା ଏହି ୟଜରମାନେ ୟୁଟ୍ୟୁବର ମଜା ନେଇପାରିବେ । ଏହାସହିତ ୟୁଟ୍ୟୁବ ପ୍ରିମିୟମରେ ଆହୁରି ଅନେକ ପ୍ରକାରର ସୁବିଧା ଉପଲବ୍ଧ ହୋଇଥାଏ । ୟୁଜର୍ସମାନଙ୍କୁ ୟୁଟ୍ୟୁବ ମ୍ୟୁଜିକ୍ ପାଇଁ ମଧ୍ୟ ଆକ୍ସେସ ମିଳିପାରିବ । ଏହି ପ୍ଲାଟଫର୍ମରେ ବାକଗ୍ରାଉଣ୍ଡ ମ୍ୟୁଜିକ ଫିଚର ମଧ୍ୟ ବ୍ୟବହାର କରିପାରିବେ ୟୁଟ୍ୟୁବ ପ୍ରିମିୟର ୟୁଜର । ତେବେ ଗତକାଲି ୟୁଟ୍ୟୁବ ତରଫରୁ ୭ଟି ଦେଶର ୟୁଜରମାନଙ୍କୁ ୟୁଟ୍ୟୁବ ପ୍ରିମିୟମରେ ଦରବୃଦ୍ଧି ନେଇ ସୂଚନା ଦିଆଯାଇଛି ।

ଗତ ନଭେମ୍ବର ୧ ତାରିଖରୁ ଏହି ନୂଆ ଦର ଲାଗୁ କରାଯାଇଛି । ତେବେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ସମେତ ଅଷ୍ଟ୍ରିୟା, ଚିଲ୍, ପୋଲାଣ୍ଡ, ଜର୍ମାନୀ ଏବଂ ତୁର୍କୀରେ ଏହି ପ୍ରିମିୟମ ପ୍ଲାନ ଲାଗୁ କରିବ ୟୁଟ୍ୟୁବ । କିନ୍ତୁ ଭାରତର ନାଁ ଏହି ତାଲିକାରେ ସାମିଲ ନାହିଁ । ଅର୍ଥାତ୍ ଗ୍ରାହକ ଆସନ୍ତା ୩ ମାସ ପର୍ଯ୍ୟନ୍ତ ସମାନ ଟଙ୍କା ମୂଲ୍ୟରେ ୟୁଟ୍ୟୁବ ବ୍ୟବହା କରିପାରିବେ । ନୂଆ ସବସ୍କ୍ରାଇବରମାନଙ୍କୁ ନୂଆ ମୂଲ୍ୟରେ ଏହି ସୁବିଧା ମିଳିପାରିବ ।

Get real time updates directly on you device, subscribe now.