fbpx
BSKY
BJD SHG SKY
BJD YOUTH SKY

OSSSCର ସୂଚନା: PEO, କନିଷ୍ଠ ସହାୟକ ପରୀକ୍ଷା ତାରିଖ ପରିବର୍ତ୍ତନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ବିଜ୍ଞାପନ ଜାରି କରାଯାଇଥିଲା । ତେବେ ଆଗକୁ କିଛି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆୟୋଜିତ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ଗୋଟିଏ ଦିନରେ ଏକାଧିକ ପରୀକ୍ଷା ରହିଥିବାରୁ ତାହା ଏବେ ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ।

ସୂଚନା ମୁତାବକ, ଗୋଟିଏ ଦିନରେ ଏକାଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ରହିଥିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଓ ଜୁନିୟର ଆସିଷ୍ଟାଣ୍ଟ ସ୍କିଲ ଟେଷ୍ଟ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ପ୍ରାର୍ଥୀମାନେ ଦାବି କରିଥିଲେ । ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି ।

ନଭେମ୍ବର ୫ ତାରିଖରେ ଯେଉଁ ପରୀକ୍ଷାର୍ଥୀଙ୍କର ପରୀକ୍ଷା ଥିବ, ସେମାନେ ୫ ତାରିଖ ମଧ୍ୟରେ ପରୀକ୍ଷା ତାରିଖ ଘୁଞ୍ଚାଇବା ନିମନ୍ତେ ଆବେଦନ କରିପାରିବେ ବୋଲି ଓଏସଏସଏସସି ପକ୍ଷରୁ କୁହାଯାଇଛି । ତେବେ ଏହି ନିଷ୍ପତ୍ତି ଫଳରେ ଏଣିକି ବହୁ ପ୍ରାର୍ଥୀ ବିଶେଷ ଭାବେ ଉପକୃତ ହୋଇପାରିବେ । ଗୋଟିଏ ଦିନରେ ଏକାଧିକ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବାରୁ ତାହା ଆଶାୟୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଥିଲା । ସୂଚନାଯୋଗ୍ୟ ଯେ, ଓଏସଏସଏସସି ପକ୍ଷରୁ ପ୍ରଥମେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଦୁଇଥର ଉକ୍ତ ପଦ ସଂଖ୍ୟା ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.