fbpx

ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ; ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ଅଭିଯୋଗ

AAKASH

ଓଡିଶା ଭାସ୍କର; ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଜଣେ ମହିଳା ସାମ୍ବାଦିକାଙ୍କୁ ସେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମହିଳା ସାମ୍ବାଦିକା ଜଣଙ୍କ ଖାରବେଳ ନଗର ଥାନାରେ ମାମଲା ରୁଜ୍ଜୁ ମଧ୍ୟ କରିଛନ୍ତି । ତେବେ ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଏକ ଘରୋଇ ଚ୍ୟାନେଲର କାର୍ୟ୍ୟରତ ମହିଳା ସାମ୍ବାଦିକାଙ୍କୁ ପ୍ରଯୋଜକ ଟୁଟୁ ନାୟକ ମାଡ଼ ମାରିଥିବା ଅଭିଯୋଗ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅନ୍ୟ ସମସ୍ତ ସାମ୍ବାଦିକଙ୍କ ସାମ୍ନାରେ ଟୁଟୁ ନାୟକ ତାଙ୍କୁ ମାଡ଼ ମାରିଥିବା ମହିଳା ସାମ୍ବାଦିକା ଜଣଙ୍କ ପ୍ରାଥମିକ ପ୍ରତିକ୍ରିୟା ରଖିଛନ୍ତି । ଏହା ସହ ସେ କହିଛନ୍ତି, ସେ ମତେ କାହଁକି ମାଡ଼ ମାରିଲେ ତାହା ମୁଁ ଜାଣିନାହିଁ । ତାଙ୍କୁ ବାଡ଼େଇବାର ଅଧିକାର କିଏ ଦେଲା ବୋଲି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ସେ ପ୍ରଶ୍ନ ରଖିଛନ୍ତି । ତେବେ ଦୀର୍ଘଦିନ ହେବ ବିଭିନ୍ନ ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଛନ୍ଦି ହୋଇ ରହିଥିବା ବେଳେ ଏବେ ତାଙ୍କ ବିରୋଧରେ ଆଉ ଏକ ନୂଆ ଅଭିଯୋଗ ଆସିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.