fbpx

ଜାହିର ଖାନଙ୍କୁ ମିଳିଲା ବଡ଼ ବଡ଼ ଦାୟିତ୍ୱ: ଗୌତମ ଗମ୍ଭୀରଙ୍କ ସ୍ଥାନ ନେଲେ ପୂର୍ବତନ ଭାରତୀୟ ପେସର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସର ଜାହିର ଖାନଙ୍କୁ ମିଳିଛି । ଏକ ବଡ଼ ଦାୟିିତ୍ୱ । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପୂର୍ବରୁ ଜାହିରଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ଜାହିର ବିଗତ ବର୍ଷମାନଙ୍କେର ୫ ଥର ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ରହିଥିଲେ । ଜାହିର ଡାଇରେକ୍ଟ ଅଫ କ୍ରିକେଟ ପଦରେ ରହିବା ସହିତ ପରେ ହେଡଟ୍ ଅଫ୍ ଗ୍ଲୋବାଲ କ୍ରିକେଟ ଡେଭଲପମେଣ୍ଟ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ନିଜ ଆଇପିଏଲ କ୍ୟାରିୟରରେ ଜାହିର ୧୦୦ଟି ମ୍ୟାଚ ଖେଳି ୧୦୨ଟି ୱିକେଟ ଅକ୍ତିଆର କରିଥିଲେ ।

ଆଇପିଏଲ ୨୦୨୫ ସିଜିର ମେଗା ଅକ୍ସନ ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲଏସଜି) ଏକ ବଡ଼ ନିଷ୍ପତ୍ତି ନେଇ ଜାହିରଙ୍କୁ ନିଜର ମେଣ୍ଟର ଭାବେ ନିଯୁକ୍ତି ଦେଇଛି । ଲକ୍ଷ୍ନୌ ସୁପର ଜିଆଣ୍ଟସର ନୂଆ ମେଣ୍ଟର ଭାବେ ଜାହିର ସାଇନ୍ କରିଛନ୍ତି । ଏହି କ୍ରମରେ ଟିମ୍ ଇଣ୍ଡିଆର ବର୍ତ୍ତମାନର ମୁଖ୍ୟ କୋଚ ଦାୟିତ୍ୱରେ ଥିବା ଗୌତମ ଗମ୍ଭୀରଙ୍କ ସ୍ଥାନ ଦେଇଛନ୍ତି ଜାହିର । ପୂର୍ବରୁ ଜାହିର ଲକ୍ଷ୍ନୌ ସୁପର ଜିଆଣ୍ଟସ ମେଣ୍ଟର ଭାବେ କାର୍ଯ୍ୟ କରିଥିବା ବେଳେ ଏବେ ଉକ୍ତ ଦାୟିତ୍ୱ ସମ୍ଭାଳିବେ ଜାହିର ।

ଏଲଏସଜି ଫ୍ରାଞ୍ଚାଇଜର ମେଣ୍ଟର ଭାବେ ଗମ୍ଭୀର ପୂର୍ବରୁ କାର୍ଯ୍ୟ କରିଥିଲେ । କ୍ରମାଗତ ଦୁଇଟି ସିଜିନ ପାଇଁ ଗମ୍ଭୀର ଏଲଏଜସି ସହିତ ରହିଥିଲେ । ସେହି ସମୟରେ ଫ୍ରାଞ୍ଚାଇଜ ଦୁଇଟି ସିଜିରେ ପ୍ଲେଅଫକୁ କ୍ୱାଲିଫାଏ କରିଥିଲା । ତେବେ ଗତବର୍ଷ ଗମ୍ଭୀର ଫ୍ରାଞ୍ଚାଇଜର ହାତ ଛାଡ଼ିବା ସହ କୋଲକତା ନାଇଟ୍ ରାଇଡର୍ସର ମେଣ୍ଟର ଭାବେ ନିଯୁକ୍ତି ପାଇଥିଲେ । ଗମ୍ଭୀରଙ୍କ ସମୟରେ କୋଲକତା ୨୦୨୪ ଆଇପିଏଲର ଚାମ୍ପିୟନ ହୋଇଥିଲା । ଅନ୍ୟପକ୍ଷରେ ଏଲଏଜସି ଉକ୍ତ ସିଜିନରେ ପ୍ଲେଅଫରୁ ବାଦ୍ ପଡ଼ିଥିଲା । ତେଣୁ ନୂଆ ସିଜିନରେ ଏଲଏସଜି ଜଣେ ନୂଆ ମେଣ୍ଟର ଭାବେ ଜାହିରଙ୍କୁ ନିଯୁକ୍ତି ଦେଇଛି ।

Get real time updates directly on you device, subscribe now.